STORYMIRROR

Ramakanta Mahali

Inspirational Others

3  

Ramakanta Mahali

Inspirational Others

ଫେରି ପାରିବୁନି ପୁରୁଣା ଦିନକୁ

ଫେରି ପାରିବୁନି ପୁରୁଣା ଦିନକୁ

1 min
151

ଅଛି ସେହି ଘାଟ ଅଛି ସେହି ଜାଗା

ନାଆ ନାହିଁ ସେଠି ଖାଲି,

ନାଉରି ବାପୁଡ଼ା ବିଦାୟ ନେଇଛି

ପୋଲଟି ଯାଇଛି ଖୋଲି।


ଗାଆଁ ମୁଣ୍ଡେ ଯେଉଁ ଆମ୍ବ ତୋଟା ଥିଲା

ଗଛ ସେ ତୋଟାରେ ଅଛି,

ଆଗ ପରି ଆଉ ଆସୁ ନାହିଁ କେହି

ଗପିବାକୁ ଲୁଚି ଲୁଚି ।


ପ୍ରେମ କରିବାକୁ ଚିଠି ଦେଇ କେହି

ଅପେକ୍ଷା କରୁନି ଆଜି,

ଡ଼ାକ ବାଲା ଆଉ ଚିଠି ଆଣୁ ନାହିଁ

ସେ ପ୍ରେମ ଗଲାଣି ହଜି।


ନବ ବଧୁ ଆଉ ଆଗ ଭଳି ଏବେ

ଯାଉନି ପୋଖରୀ କୂଳ,

ମୁଣ୍ଡରେ ଦେଉନି ସରୁ ଓଢ଼ଣୀ ସେ

ବଦଳି ଗଲାଣି ବେଳ।


ଅନୂଢା କିଶୋରୀ ଚଉଁରା ମୂଳରେ

ପକାଉନି ଝୋଟି ଚିତା,

ଭୁଲି ସେ ଗଲାଣି କୁଆଁର ପୁନେଇଁ

ବିବାହ କାନ୍ଦଣା ପ୍ରଥା।


ଫେରି ପାରିବୁନି ପୁରୁଣା ଦିନକୁ

ଯେଉଁଠୁ ଆସିଲୁ ଚାଲି,

ନୂଆ କୁ ନିଶ୍ଚୟ ସ୍ୱାଗତ କରିବୁ

ପୁରୁଣା ଦିନକୁ ଭୁଲି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational