STORYMIRROR

Ramakanta Mahali

Comedy

3  

Ramakanta Mahali

Comedy

ଗାଆଁ ରୁ ସହର ଆସିଛି

ଗାଆଁ ରୁ ସହର ଆସିଛି

1 min
142


ଆମ ମଞ୍ଜୁନାନୀ ବାହାହେବା ପରେ

ଗାଆଁରୁ ସହର ଆସିଛି,

ଓଡ଼ିଆ କଥାରେ ଥଙ୍ଗ ମଙ୍ଗ ହୁଏ

ଏବେ ସେ ଇଂରାଜୀ କହୁଛି।

ଘର ଛଡ଼ା ଯିଏ ବାହାରେ ଖାଏନି

ଜମାଟୋ ବାଲାଙ୍କୁ ଡାକୁଛି

ଶାଗୁଆତି ଦେଖି ଡେଉଁ ଥିଲା ସିଏ

ମଟନ ମଗାଇ ଖାଉଛି ।

କାମ କରି କରି ହାଲିଆ ହୋଇ ବି

ପାରେ ନାହିଁ କେବେ ଶୋଇ,

ଆଜି କାଲି କିନ୍ତୁ କାମ ନକରି ସେ

ଆଳସ୍ୟ ଗଲାଣି ହୋଇ।

ତେଲ ଟିକେ ବିନା ନୁଖୁରା ଚୁଟି ତ

ଉଡୁ ଥିଲା ଫର ଫର,

ଏବେ କିନ୍ତୁ ତା'ର ସମୟ କଟୁଛି

ବୁଲି ବୁଲି କେତେ ପାର୍ଲର।

ଦୁଇ ଦିନ ପାଇଁ ଗାଆଁ କୁ ଗଲେ ସେ

ଅଧାଦିନେ ଫେରି ଆସୁଛି,

ପଚାସଢା ଦେଖି ଗାଆଁ ପରିବେଶ

ଘୃଣାରେ ନାକସେ ଟେକୁଛି।

ଅତିଥି ଆସିକି ଫେରି ଗଲାବେଳେ

କେତେ ସେ ମୁଣ୍ଡିଆ ମାରିଛି,

ଆଜି କିନ୍ତୁ ସିଏ ହାତ ହଲେଇକି

ଅତିଥି ବିଦାୟ ଦେଉଛି।

ଗାଆଁ ର ଗାଉଁଲି ମଞ୍ଜୁନାନୀ ଆମ

ସହରୀ କେବେଠୁ ହେଲାଣି,

ସହର ଆଦବ କାଇଦାକୁ ସିଏ

କେବେଠୁ ଆଦରି ନେଲାଣି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy