STORYMIRROR

Ramakanta Mahali

Inspirational

4  

Ramakanta Mahali

Inspirational

ବାପା

ବାପା

1 min
318

ଜାଣି ପାରୁନାହୁଁ

କେମିତି ଲେଖିବି

କେଉଁଠୁ ଆରମ୍ଭ ହେବ,

ଯାହାର ଆଶିଷ

କରିଛି ମଣିଷ

କିଏ ଅବା ଭୁଲି ଯିବ ।


ଭାଷା କିଛି ନାହିଁ 

ବର୍ଣ୍ଣିବା ପାଇଁ କି

ଭାବରେ ଯାଉଛି ହଜି,

ଶବ୍ଦ ମାନ ସବୁ

ଶୂନ୍ୟରେ ବୁଲନ୍ତି

ପାଉନି ତାହାକୁ ଖୋଜି ।


ଧରାକୁ ଆସିଲେ

ଦୁଇଟି ହୃଦୟ

ପାଖେ ସଦା ଥାଏ ରହି,

ଭଲରେ ମନ୍ଦରେ

ସୁଖରେ ଦୁଃଖରେ

ଠିଆ ହୋଇ ଥାଏ ସେହି ।


ମାଆ ସବୁଠାରୁ

ଅଧିକ ନିଜର

ପେଟ କଥା ବୁଝେ ସିଏ, 

ପେଟ ପାଇଁ ଯେଉଁ

ଦାନା ଦରକାର

ବାପା ତାକୁ ବୁଝି ଥାଏ ।


ଘରର ଏରୁଣ୍ଡି

ଟପେ ନାହିଁ ମାଆ

କାମ କରେ ଘରେ ରହି,

ବାହାର କଥାରେ

ବାପା ଛଡ଼ା କେହି

ମୁଣ୍ଡ ବି ପୁରାଏ ନାହିଁ ।


ମାଆ ପରେ ଯଦି

ପୃଥିବୀରେ କେହି

ଦ୍ୱିତୀୟ ମଣିଷ ଆସେ

ବାପା ଛଡ଼ା କେହି

ସେ ସ୍ଥାନ ନେବନି

ଜଳ ଜଳ ହୋଇ ଦିଶେ।


ସ୍ୱାର୍ଥ ବିନା ଯଦି

ଦୁନିଆରେ କେହି

ଅନ୍ୟ କଥା ଚିନ୍ତା କରେ,

ବାପା ଛଡ଼ା ଆଉ

ହେବ ନାହିଁ କେହି

ପିଲା ପାଇଁ ସିଏ ମରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational