STORYMIRROR

PRIYARANJAN SAHOO

Inspirational

3  

PRIYARANJAN SAHOO

Inspirational

ମାଆ ଖୁଦରଙ୍କୁଣୀ

ମାଆ ଖୁଦରଙ୍କୁଣୀ

1 min
160

ଆସିଲା ଭୋଦୁଅଁ ରବିବାସର

ଭୁଆସୁଣୀ ପାଦେ ଅଳତା ଗାର

ସରସୀ ତଟରେ ସାରି ସିନାନ

ପତ୍ର ପୁଷ୍ପେ କରି ବାଲୁକା ପୂଜନ..


ଢିଙ୍କି ଶାଳେ ସ୍ଥାପି ଖୁଦରଙ୍କୁଣୀ

ଶୁଭମନାସି ପଦେ ଦଇନି

ଜାତି ଜାତି ଫୁଲେ କରିଣ ସଜ

ମାନସିକେ ଥୋଇ ଶ୍ରୀଫଳ ସାଜ..


ବନ୍ଦାପନା ଆଳେ ସେ ମୁଖବାଦ୍ୟ

ଅର୍ଘ୍ୟ ବଢ଼ିଦେଇ କେତେ ନୈବେଦ୍ୟ

ସାହା ହେବାକୁ ମା' କରେ ମାଗୁଣି

ଭାଇର ମଙ୍ଗଳ ମାଗେ ଭଉଣୀ..


ଗାଇ ବନ୍ଦଇ ଦେବ ଜଗନ୍ନାଥ

   କମଳା ଦେବୀର ସଙ୍ଗାତ

ବଖାଣି ଅଧାପୁରା ଚାନ୍ଦ

ନିରିମାଖିର ନିରାନନ୍ଦ..

ଭାଲୁକୁଣୀର ଦୟାଛଳେ

ଘରମଣିକୁ ପାଇ କୋଳେ..


ବନ୍ଦନା କରେ ଦେଇ ଅର୍ଘ୍ୟ

ସୁଖେ ଥାଆନ୍ତୁ ଜନ ସର୍ବ

ମାଗୁଛି ଏତିକି ଲୋ ମାଆ

ବିପଦେ କହିବୁଟି ଆହାଃ..!!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational