ସନ୍ତାନ
ସନ୍ତାନ
ଜନନୀ ପ୍ରାଣ ଶାମୁକା
ଭିତରୁ ମୁକ୍ତାଟିଏ
ମାତୃପ୍ତ ଲୋଭିବାର
ପରିତୃପ୍ତିର ଝଲକଟିଏ
ପ୍ରତ୍ୟେକ ନାରୀର ବାଞିତ
ସ୍ବପ୍ନର ସିନ୍ଧୁକ ସିଏ
ରୁଧିରର ଆଲୋଡନ
ସନ୍ତାନ ଭାବି ଦାୟାଦ ସିଏ
ଚଳ ଚଞ୍ଚଳ କରାଏ ବାସ୍ତବ
ଜୀବନ
ପ୍ରତିମାଙ୍କ ପାଇଁ ସନ୍ତାନ
ଏକ ଅମୃତ ମୟ ସନ୍ତକଟିଏ
ଆତ୍ମତୃପ୍ତିର ଉନ୍ମାଦକ ଅଟେ
ଏନ୍ତୁଡି ଶାଳରୁ ଆରମ୍ଭ କରି
ମାର ପଣତ ତଳେ ରହି
ମନମୁଗ୍ଧକର ସରସ ଭରିଦିଏ
ବିର୍ବତ୍ତନ ବାଦର ସୂତ୍ରରେ
କଳିକାରୁ ପାଖୁଡାମେଲି
ସାରା ସଂସାରେ ମହକ
ଭରିଦିଏ
କୁନି କୁନି ପାଦର ଲୋଟଣି
ଚାଲି ମନ୍ତ୍ରମୁଗ୍ଧ କରାଏ
ତାକୁ ନଦେଖିଲେ ରକ୍ତର
ପ୍ରତି ବିନ୍ଦୁର ଆଲୋଡନ
ବଢିଯାଏ
ମାତୃ ହୃଦୟର ନୟନର
ପିତୁଳାଟିଏ ତା ବିନୁ
ମା ଶଦ୍ଦଟି ଅର୍ଥ ହୀନ ଅଟେ ।
