STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ସନ୍ତାନ

ସନ୍ତାନ

1 min
233


ଜନନୀ ପ୍ରାଣ ଶାମୁକା

ଭିତରୁ ମୁକ୍ତାଟିଏ

ମାତୃପ୍ତ ଲୋଭିବାର

ପରିତୃପ୍ତିର ଝଲକଟିଏ

ପ୍ରତ୍ୟେକ ନାରୀର ବାଞିତ

ସ୍ବପ୍ନର ସିନ୍ଧୁକ ସିଏ

 ରୁଧିରର ଆଲୋଡନ

ସନ୍ତାନ ଭାବି ଦାୟାଦ ସିଏ

ଚଳ ଚଞ୍ଚଳ କରାଏ ବାସ୍ତବ

ଜୀବନ 

ପ୍ରତିମାଙ୍କ ପାଇଁ ସନ୍ତାନ

ଏକ ଅମୃତ ମୟ ସନ୍ତକଟିଏ

ଆତ୍ମତୃପ୍ତିର ଉନ୍ମାଦକ ଅଟେ

ଏନ୍ତୁଡି ଶାଳରୁ ଆରମ୍ଭ କରି

ମାର ପଣତ ତଳେ ରହି

ମନମୁଗ୍ଧକର ସରସ ଭରିଦିଏ

ବିର୍ବତ୍ତନ ବାଦର ସୂତ୍ରରେ

କଳିକାରୁ ପାଖୁଡାମେଲି

ସାରା ସଂସାରେ ମହକ

ଭରିଦିଏ

କୁନି କୁନି ପାଦର ଲୋଟଣି

ଚାଲି ମନ୍ତ୍ରମୁଗ୍ଧ କରାଏ

ତାକୁ ନଦେଖିଲେ ରକ୍ତର

ପ୍ରତି ବିନ୍ଦୁର ଆଲୋଡନ

ବଢିଯାଏ

ମାତୃ ହୃଦୟର ନୟନର

ପିତୁଳାଟିଏ ତା ବିନୁ 

ମା ଶଦ୍ଦଟି ଅର୍ଥ ହୀନ ଅଟେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational