ସଂସ୍କୃତିର ରୂପ
ସଂସ୍କୃତିର ରୂପ
ଆଜିର ଜୀବନ ଜାପନ ପ୍ରଣlଳୀ
ଆପେ ଆସିନାହିଁ ଆମ ପଖାକୁ,
ବହୁତ ସଂଘର୍ଷ, ସମୟର କଷ୍ଟ
ଅନେକ ପୁରୁଷ ଆଣିଛି ତାକୁ l
କଳ କାରଖାନା, ରାଷ୍ଟ୍ର ବା ସମାଜ
କେତେ ଚେଷ୍ଟା ପରେ ନର ପାଇଛି,,
କେତେ ଜୟ, ପରାଜୟ, ଅବକ୍ଷୟ
ଆଜିର ପୃଥିବୀ ରୂପ ନେଇଛି l
ଏ ସବୁ ପଛରେ ଶିକ୍ଷା ଓ ସଂସ୍କୃତି
ସଂସ୍କାର ପ୍ରକ୍ରିୟାର ଚିତ୍ରପଟ,,
ସଂସ୍କୃତି ଆଖିକୁ ଦେଖା ଯାଏ ସିନା
ଦେଖା ଯାଇନାହିଁ ସଂସ୍କାର ଫଟ l
ମନ,ହୃଦୟରେ ସଂସ୍କାରିତ ଚିତ୍ର
ପଟ, ପଶିଯାଇ ନିୟନ୍ତ୍ରଣ କରେ
ଆବେଗିକ ଭାବାବେଗ ପଣକୁ
ଯାହାକୁ ସଭ୍ୟତା ବୋଲିଣ ଧରେ l
କିଛି କଥା ଆପେ ଆପେ ଘଟେନାହିଁ
ତାପାଇଁ ଲୋଡ଼ାଯେ ଉଦ୍ୟମ କର୍ମ
ସାମାଜିକ ପ୍ରକ୍ରିୟା ନିତି ଚାଲଇ
ସଭ୍ୟତା ଗଢ଼ିବା ସମୟ ଧର୍ମ l
ଦୀର୍ଘ ସମୟର ବିସ୍ତାର ସଂସ୍କୃତି
ସଭ୍ୟତାର ରୂପ ରେଖ ଅଟଇ,,
ଗ୍ରୀସୀୟ, ରୋମୀୟ, ବେବିଲୋନ ଆଉ
ଭାରତ ସଭ୍ୟତା ପ୍ରମାଣ ଭାଇ l
ନିତି ବ୍ୟବହାର ଖଣ୍ଡେ ବାସନର
ପରି ଅଟଇ ଏହି ଆମ ରାଷ୍ଟ୍ର,,
ପ୍ରତିଦିନ ମଜାମଜି, ସଫା,ପୋଛା
ଆମଜା ସଂସ୍କାର, ସଂସୃତି ନଷ୍ଟ l
ବନ୍ୟପ୍ରlଣୀ ପରି ମଣିଷ ଜଙ୍ଗଲେ
ଜଙ୍ଗଲି ଜୀବନ ବିତାଉ ଥିଲା,,
କେତେ ପ୍ରତିକୂଳ ପରିସ୍ଥିତି ଦେଇ
ନିୟମ,କାନୁନ, ଚଳଣୀ କଲା l
ଗାଆଁ ଓ ନଗର ତାପରେ ସହର
ବେପାର, ବଣିଜ ରାଜ୍ୟ ଗଢିଲା,,
ରାଷ୍ଟ୍ର ନିର୍ମାଣରେ ନିଜକୁ ସମର୍ପି
ନାଗରିକତ୍ୱକୁ ଆପଣେଇଲା l
ରାଷ୍ଟ୍ର ହିଁ ହୋଇଲl ଶେଷ ନିୟାମକ
ନାଗରିକ ଆଉ ସମାଜ ପାଇଁ,,
ରାଷ୍ଟ୍ର ନିତି ନେଇ ସଭ୍ୟତା, ସଂସ୍କୃତି
ଫୁଟିବା ଫୁଲର ପାଖୁଡ଼ା ଯହିଁ l
