ସଂସ୍କାର
ସଂସ୍କାର
ସତ କରମରୁ ସଂସ୍କାରର ସୃଷ୍ଟି
ଜାଣିଛି ଜଗତ ଏହା
ସଂସ୍କାରୀ ମଣିଷ ଜଗତରେ ସାର
ହୁଏ ସେ ସବୁରି ରାହା।
ଆଧୁନିକ ଯୁଗ ଆଣିଦେଇ ଅଛି
ଜଗତରେ ପରିକ୍ରମ
ଅଜ୍ଞାନ ମନୁଷ୍ୟ ମୁକ ହୋଇ ଆଜି
ଭୁଲିଛି ମାନବ ଧର୍ମ
ଛାତ୍ର ଛାତ୍ରୀମାନେ ଭୁଲି ଯାଇଛନ୍ତି
ଗୁରୁଙ୍କୁ ଦେବା ସମ୍ମାନ
ନାହିଁ ଆଜି ଆଉ ଶିକ୍ଷାର ଆଦର
ଧ୍ୟାନ ଜ୍ଞାନ ଆଉ ମନ।
ସୁକର୍ମରୁ ପ୍ରାପ୍ତ ସସମ୍ମାନ ଆଜି
ଜାଣିଛି ମାନବ ଜାତି
କୁକରମ ଦିଏ ବିନାସର ପଥ
ଭାବିଲେ ପାଏନି ରାତି।
ମର୍ଯ୍ୟାଦା ବିହୀନ ଦୁନିଆରେ ଆଜି
ଭଲର ନାହିଁ ଆଦର
ଭଲ କରୁଥିଲେ ଆଙ୍ଗୁଳି ଗେଂଜନ୍ତି
ଦେଇ ଆପଣା ନାକର ।
ଅଳସୁଆ ହୋଇ ଉଧାର କରନ୍ତି
ଲୁଚନ୍ତି ରାତି ପହିଲେ
ଫୋନ ଧରନ୍ତି ଲମ୍ବା ଓସାରିଆ
ନଉଠାନ୍ତି ଫୋନ କଲେ ।
ରାଜା ରାଜୁଡାର ପୋଷାକ ତାଙ୍କର
ଚାଲିଗଲେ ବାସୁଥାଏ
କୁସଂସ୍କାରୀକୁ ଦୂରୁ ଜୁହାର କର ହେ
କୁକୁରଠୁ ହୀନ ସିଏ ।
ନାହିଁ ସାଥି ପ୍ରେମ ନାହିଁ ମଧୁରତା
ଭାଷାର ପ୍ରୟୋଗ କରେ
ପଶୁ ପ୍ରବୃତ୍ତିରେ ଜନମି ଥାଆନ୍ତି
ମଣିଷ ଭାବନ୍ତି ଡରେ ।
ନିଜକୁ ଭାବନ୍ତି ମୁହିଁ ବଳଶାଳୀ
ଦୁନିଆ ଡରୁଛି ମୋତେ
ଘୃଣା କରିଥାଏ ମାନବ ସମାଜ
ଅଭିଶାପ ମିଳେ ଯେତେ ।
ସମସ୍ତଙ୍କୁ କୁହେ ଡରୁଛନ୍ତି ଲୋକେ
ମୋ ପାଖେ ହେବାକୁ କଥା
ଘୃଣା କରୁଛନ୍ତି ଜାଣି ସେ ପାରେନି
ୟେ କୁସଂସ୍କାରୀର ଗାଥା ।
