STORYMIRROR

Sadananda Sahoo

Inspirational

3  

Sadananda Sahoo

Inspirational

ସଂସାରୀ

ସଂସାରୀ

1 min
13.9K


ସଂସାରୀ ମଣିଷ ମୁଖେ ନାହିଁ ହସ

ମନ ପ୍ରାଣ ଭାରାକ୍ରାନ୍ତ

ଜୀବନ ସଂଘର୍ଷ ଚିର ସହଚର

ଦୁଃଖ ତା'ର ଆଦ୍ୟ ପ୍ରାନ୍ତ !!


ପିଲା ପରିବାର ତା'ଆଖି ସପନ

ଅର୍ଦ୍ଧାଙ୍ଗିନୀ ମାଗେ ମୂଲ

ଜୀବନ ପଥରେ ଚାଲେ ଏକା ଧାରେ

ତୋଳେ ଖାଲି କଣ୍ଟା ଫୁଲ !!


ନୀଡ଼ର ସାବକ ତା'ଆଖି କୁହୁକ

ସପନ ଆଖିର ଲୁହ

ଆଧାର ଯୋଗାଡ କର୍ମ ଅଭିପ୍ରାୟ

ତୁଟେ ନାହିଁ ତା'ର ମୋହ !!


ରହିଣ ସଂସାରେ ଖୋଜେ ସୁଖ ବାରେ

ଆଶା ଆଉ ଆକାଂକ୍ଷାରେ

ସୁଖଟା ପ୍ରତୀତ ହୁଏ ନାହିଁ ସତ୍ୟ

ରହିଥାଏ ପ୍ରତୀକ୍ଷାରେ !!


ପ୍ରାଣ ପ୍ରିୟା ସଖି ଦିଏ ଯେବେ ହସି

ଶ୍ରମଟା ସାର୍ଥକ ହୁଏ

ପ୍ରୀତି ପରଶରେ ସଜ ଫୁଲ ଫୁଟେ

ମନ ପରା ମୋହି ନିଏ !!


ସଂସାରର ନୀର ଅମୃତ ସମାନ

ସଂସାରୀ ମଣିଷ ପାଇଁ

ଦୁଃଖ ଯାତନାର ହେବ ଅବସାନ

ଦୃଢ ମନା ହେଲେ ଭାଇ !!


ସଂସାର ନିଳୟ ସୁଖର ବଳୟ

ହସ ଫୁଲ ତୋଳି ରଖ

ସୁ- ସୁବାସିତ ହେବ ପରିବେଶ

ଅପସରି ଯିବ ଦୁଃଖ !!


ପ୍ରତିବେଶୀ ସଙ୍ଗେ ରଖ ଭାବ ପ୍ରୀତି

ମଧୁ ବରଷିବ ବନ୍ଧୁ

ବିପଦ ଆପଦେ ସାହା ହେବ ସତେ

ଢାଳି ଦେବ ରକ୍ତ ବିନ୍ଦୁ !!


ସଂସାରୀ ମଣିଷ ଓଠେ ଫୁଟୁ ହସ

ଏତିକି କାମନା ମୋର

କବିଟିଏ ବୋଲି ଭାବୁଛି ମୁଁ' ଖାଲି

ଢାଳି ମୋ ନୟନୁ ନୀର !!

- - - - - - - - - - - - - - - - - - - - - - - - - - - - - - - - - - - - - - - - - - - - -

ସଦାନନ୍ଦ ସାହୁ ,କାରା କର୍ମଚାରୀ

କେନ୍ଦ୍ରୀୟ କାରାଗାର , କଟକ , ଚୌଦ୍ୱାର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational