ସଂସାରେ ଶ୍ରେଷ୍ଠ
ସଂସାରେ ଶ୍ରେଷ୍ଠ
ବୃକ୍ଷ ଭିତରେ ଅଶ୍ୱତଥ ହିଁ
ସଂସାରେ ରହି
ନାରୀ ଭିତରେ ପଦ୍ମିନୀ ଅଟେ
ଦେଇଛି କେହି।୧
ପକ୍ଷୀ ଭିତରେ ଗରୁଡ଼ ବୋଲି
ଧର୍ମରେ ଜାଣୁ
ଅଶ୍ୱ ଭିତରେ ଉଚୈଶ୍ରବାକୁ
ଗାଈରେ ଧେନୁ।୨
ଐରାବତ ହିଁ ହାତୀ ଭିତରେ
ମହର୍ଷି ସିଏ
ବଶିଷ୍ଠ ବୋଲି ଗଣା ହୋଇଛି
ଆମ ସଂସାରେ।୩
ରାଜର୍ଷି ମଧ୍ୟେ ଜନକ ବିଶ୍ୱେ
ପାରିଜାତକୁ
କିଏ ସଂସାରେ ଭଲ ନ ପାଏ
ଏଇ ଫୁଲକୁ।୪
ଶିଳ୍ପୀ ଭିତରେ ବିଶ୍ଵକର୍ମାଙ୍କୁ
ନ ଜାଣେ କୁହ
ଧନୀ ମଧ୍ୟରେ କୁବେର ପରି
ନ ହେଲେ ଲୁହ।୫
ନଦୀ ଭିତରେ ଗଙ୍ଗାକୁ ଜାଣୁ
ଦାନୀରେ ବଳୀ
ରସିକ ମଧ୍ୟେ କୃଷ୍ଣକୁ ବୁଝୁ
ପାରିବ କଳି?୫
ଋଷି ମଧ୍ୟରେ ଅଗସ୍ତି ଆମ
ମହୀରେ ଅଛି
ତୀର୍ଥ ମଧ୍ୟରେ ପୁଷ୍କର ବୋଲି
ମହାତ୍ମା ବାଛି।୬
ଦ୍ଵୀପ ମଧ୍ୟରେ ଜମ୍ବୁ ଦ୍ଵୀପକୁ
ମାନ୍ୟତା ବାଛି
କ୍ଷେତ୍ର ମଧ୍ୟରେ ପୁରୁଷୋତ୍ତମ
ପୁରୀରେ ଅଛି।୭
ଭୋଜନ ମଧ୍ୟେ ସ୍ୱାତ୍ତିକ ଅଟେ
ପାର ତ ଖୋଜ
ପ୍ରେମ ସଂସାରେ ଧର୍ମର ଧ୍ୱଜା
ଉଡ଼ାଇ ଭଜ।୮
ଏଇ କଥା ହିଁ ଭାବନା ମଧ୍ୟେ
ଉଙ୍କିଲା ବୋଲି
ଲେଖିଲି ବସି କଲମ ଧରି
ହୃଦକୁ ଖୋଲି।୯
ପଢ଼ିକି ଯଦି ଭୁଲ ପାଇବ
ସଜାଡ଼ି ଦେବ
କବିତା ମୋର ସଂଶୋଧନକୁ
ଆଣିକି ଭାବ।୧୦