ସଂସାର
ସଂସାର
ସାଂସାରିକ ହେବା ପରେ ଖୋଲିଯାଏ
ଅଜବ ଦୁନିଆ କୁ ରାସ୍ତା,
ହେଲେ ଚାଲିବାଟା ଏ ରାସ୍ତାରେ
ନୁହେଁ ଏତେ ଶସ୍ତା।
ଭାବି ଚିନ୍ତି ନଚାଲିଲେ ଏଠି
ଅସ୍ଥିତ୍ଵ ଯେ ଆପେ ହଜିଯାଏ,
ସ୍ୱାର୍ଥ ବିନା ସଂପର୍କ ର ମୂଲ୍ଯ ପୁଣି
ଶୂନ୍ଯ ଭାବେ ଗଣାହୁଏ।
ସଂପର୍କ ର ପରିଚୟ ଆଉ ପରିଭାଷା
ସଂସାରରେ ସର୍ବଦା ବଦଳେ,
ବିପଦ ସମୟରେ ପୁଣି ଏଠି
ନିଜ ଲୋକ ତାଳି ମାରେ।
ଜୀବନ ଆଉ ମୃତ୍ୟୁ ର ଦୋଛକିରେ
ପାଦ ହୁଏ ଭୟେ ଟଳମଳ,
ଯନ୍ତ୍ରଣା ର ଗଭୀର ନଈରେ
ନପାଏ ସେ ଅବା ଥଳ କୂଳ।
ତଥାପି ଚାଲିବାର ପ୍ରୟାସ ରେ
ସିଏ ପୁଣି କଣ୍ଟା ରେ ଚାଲୁଛି,
ପାଦ ତା' ର ରକ୍ତ ଜୁଡୁବୁଡୁ
ଗୋଲାପ ର ଆଶାରେ ବଞ୍ଚୁଛି।
ଜନ୍ମ ଆଉ ମୃତ୍ୟୁ ର ସେ
ଜୀବନରେ ଲୁଚୁକାଳି ଖେଳ,
ମୃତ୍ୟୁ ର ସେ ବିଜୟରେ
ପୁରିଯାଏ ସାଂସାରିକ କାଳ।
