Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Inspirational

3  

Jagannath Barik

Inspirational

ସଂସାର ଗହନ ବନ

ସଂସାର ଗହନ ବନ

1 min
328


ସଂସାର ଗହନ ବନରେ ମନୁଆ 

   ସଂସାର ଗହନ ବନ 

ଏ ବନ ବିଷମ ହିଂସ୍ର ଜୀବପୂର୍ଣ୍ଣ 

   ନିଘଞ୍ଚ ତମସାଚ୍ଛନ୍ନ ||


ଏଠି ବାଘ ଭାଲୁ ହୋନ୍ତି ସାଲୁବାଲୁ 

   ଗଜ ଗଣ୍ଡାର ଗର୍ଜନ 

ଗଧିଆ ବଳିଆ ବାନର ବିଲୁଆ 

   ବିଷଧର ସର୍ପଗଣ ||


ଅଛି କଣ୍ଟା ଝଣ୍ଟା ବଣ ବୁଦା ଲଟା 

  ଅନେକ ଅଗମ୍ୟ ସ୍ଥାନ 

ଝିଲ୍ଲୀ ଝିଙ୍କାରିତ ଦୁରୁଗମ ପଥ 

  କଙ୍କରିତ ନୀରିଜନ ||


ଏ ବନେ ପଶିଲେ ବାଘୁଣୀ ଖାଇବ 

  ଭାଲୁ ରାମ୍ପୁଡ଼ିବ ତନ 

ସିଂହର ଗର୍ଜ୍ଜନ ମହିଷ ତର୍ଜନ 

  କାଳ ଭୁଜଙ୍ଗ ଦଂଶନ ||


ଏଠି ଦ୍ୱିଗୋଡ଼ିଆ ପଶୁଏ ଅଡ଼ୁଆ 

  ବହୁରୂପୀ ଭୟଙ୍କର 

ପର ଶ୍ରୀକାତର ପର ହିଂସାତୁର 

  ପର ପୀଡ଼ନେ ତତ୍ପର ||


ହାତେ ମାପି ଏଥି ଚାଖଣ୍ଡେ ଚାଲିଲେ 

  ତଥାପି ଆସେ ବିପଦ 

ଉପର ମହୁର ଭିତର ଜହର 

  ନିରତ କପଟ ଛନ୍ଦ ||


ବନରୁ ବାହାରି ମନ ଗହନରେ 

  କର ଯାଇ ବିଚରଣ 

ମନକୁ ଚିହ୍ନିଲେ ମନକୁ ଜିଣିଲେ 

  ପାଇବୁ ଠିକଣା ସ୍ଥାନ ||


ମନ କର ଗୁରୁ ମନ କର ସରୁ 

  ମନ କର ନିୟନ୍ତ୍ରଣ 

ମନ ମୂଳେ ବନ୍ଧା ଚଉଦ ଭୁବନ 

  ମନ ମୂଳେ ଭଗବାନ ||



Rate this content
Log in

Similar oriya poem from Inspirational