STORYMIRROR

Dharmaraj Majhi

Abstract

2  

Dharmaraj Majhi

Abstract

ସଂପର୍କ

ସଂପର୍କ

1 min
417

ଅଦ୍ଭୁତ ଏକ ସମ୍ପର୍କରେ ବନ୍ଧା ପଡ଼ିଛେ ଦୁହେଁ

ଅଦୃଶ୍ୟ ଡୋରୀରେ

ନିବିଡ଼ ଭାବରେ


କଣ ସତରେ:-

ଭାଙ୍ଗିହୁଏ ସମ୍ପର୍କର ସେତୁ

ଗଢା ହୋଇଥିଲେ ଦୁଇ କୂଳର ସହମତିରେ


କଣ ସତରେ:-

ଛିଣ୍ଡାଇ ହୁଏ ସମ୍ପର୍କର ଡୋରି

ଯୋଡିଥିଲେ ଆବେଗର ଅଡ଼ୁଆ ସୂତାଖିଅରେ


କଣ ସତରେ;

ଗଢି ପାରେ ବଇରି ଦୁନିଆ ପୁଣି ମେଘନାଦ ପ୍ରାଚୀର

ଦି ' ହୃଦୟ ମଝିରେ,

ବ୍ୟବଧାନ,ଦୂରତା ବଢାଇ ପାରେ


ଏକାକାର ହୋଇ ଲୀନ

ହେଲାପରେ ସବୁକିଛି

ମନ ସହ ମନର

ହୃଦୟ ସହ ହୃଦୟର

ଆଉ ଆତ୍ମା ସହ ଆତ୍ମାର


ସଂପର୍କ ଆମର ଏବେ

ରେଳ ଧାରଣାର ଦୁଇ ଧାର

ଗୋଟିଏ ତୋର

ଗୋଟିଏ ମୋର

ଜୀବନ ପଥଟା ଆମର!! ❤



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract