STORYMIRROR

Prabhati Mahapatra

Romance Tragedy Others

4  

Prabhati Mahapatra

Romance Tragedy Others

ସଂପର୍କ ଆଇନା

ସଂପର୍କ ଆଇନା

1 min
181

କେତେ ଦିନ ଆଉ ଏମିତି ଲୁଚୁକାଳି ଖେଳିବ

କେତେ ଦିନ ଅଭିନୟକୁ ଜାବୁଡ଼ି ଧରିବ ।

ତୁମେ କଣ, ସଂସାରେ ଏକୁଟାଆ ଏମିତିକା ଲୋକ

ତୁମ ଭଳି ଅନେକ ଭୂଲି ଯାଆନ୍ତି

ଆଖିରେ ଆଖିଏ ସ୍ଵପ୍ନ ଦେଇ 

ଆଜି ଆଉ ଫରକ୍ ପଡେନି 

କେତେ ଦିନ ସହି ହେବ ମିଥ୍ୟା ଅବାସ୍ତବ କଥା ।

କେତେ ଦିନ ଜନକ ନନ୍ଦିନୀ ପରି 

ଜଳନ୍ତା ନିଆଁରେ ପୋଡ଼ୁ ଥିବି ମୋର ନିରିହ ମନକୁ

ପ୍ରେମର ତରାଜୁରେ ଲାଭ କ୍ଷତି

କିବା ଉଚ୍ଚ ନୀଚ ନାହିଁ

ତୁମେ କେଉଁଠୁ ଶିଖିଲ ,କିଏ ଫୁସମନ୍ତ୍ର ଦେଲା ।

କେତେ ଦିନ ବଦଳାଉ ଥିବ ନିଜର

ମନଟାକୁ ପୋଷାକ ପରି ।

ତୁମରି ରଙ୍ଗିନ ଚଷମା ତଳର ମୁଁ ଛବି

ସେଥିପାଇଁ ମୋର ଏଇ ରୂପ ।

କେବେ ତୁମେ ଦେଖ କଳା ତ

କେବେ ପୁଣି ଗୋରା ।

ନିଜର ସ୍ଵପ୍ନ କି ସାର୍ଥକ ହେବ ?

ତୁମେ ତ ମୋତେ ଗଢିଛ 

ତୁମରି ସ୍ନେହର ପରଶରେ 

ମୁଁ ଭାଙ୍ଗି ପଡିବିନି ଯେ

ଲୋକହସାର ପାତ୍ର ହେବି ।

କେତେ ଦିନ ତୁମେ ଦୂରେଇ ରହିବ

ଯେତେବେଳେ ତୁମ ଆଖିରୁ କଳା ପଟି

ଖୋଲି ଯିବ କ'ଣ ହେବ

ମୋତେ ଚାହିଁ ପାରିବ ତ ?

କେତେ ଦିନ ଆଉ ତୁମେ ନିଜକୁ ସାଇତିବ

ସ୍ମୃତି ଫରୁଆ ଭିତରେ

ସକାଳର ଉଜ୍ଜଳ କିରଣ ଗଭା ବାନ୍ଧିଲାଣି

ଆସିବ ସାଥୀ , ନାଇ ଦେବ ଟୋପାଏ ସିନ୍ଦୂର

ମୋ ଶୁନ୍ୟ ସୁନ୍ଥାରେ

ତୁମର ମୋର ପବିତ୍ର ସଂପର୍କ ପାଇଁ

ଆଉ ତ କିଛି ଲୋଡା ନାହିଁ ।

ସୂକ୍ଷ୍ମ ଏକ ଢାଗାରେ ବନ୍ଧା ଏଇ ମୋର

ଜୀବନ ତୁମରି ଆଶାରେ ବଞ୍ଚିଛି

ଏଇ କଥା ମିଛ ନୁହେଁ

ସଂପର୍କ ତ ହୃଦୟରୁ ସୃଷ୍ଟି 

ଥରେ ଅନୁଭବ କରି ଦେଖ ।


Rate this content
Log in

Similar oriya poem from Romance