ସଂକଳ୍ପ
ସଂକଳ୍ପ
ଧୀରେ ଧୀରେ ପାଦ ବଢ଼ାଅ
ଭୁଲିଯାଇ ଅତୀତକୁ,
ରକ୍ତ ମାଂସେ ଗଢ଼ା ଶରୀର
କଙ୍କାଳର ଢାଞ୍ଚା ଉପରେ...
ପ୍ରବଞ୍ଚନାର କଠୋରାଘାତେ,
କେବେ..
ବିଲୀନ ହେଇଯିବ ମାଟି ଭିତରେ ।
ସଂକଳ୍ପ ନିଅ ଆଗକୁ ଯିବା ପାଇଁ,
ନିଜ ଉର୍ଜାକୁ ଉପଯୋଗ କରି,
ଜଗିବସିଛନ୍ତି ଶୃଗାଳ..
କଙ୍କାଳରୁ ମାଂସ କାଢ଼ି ନେବା ପାଇଁ ।
ତୁମ ଆଉ ମୋ ଭିତରେ
ଫରକ୍ ଖୋଜନା,
ମୁଁ ତ ବଞ୍ଚୁଥିବି...
ଅନ୍ୟକୁ ଦମନ କରି,
କିନ୍ତୁ;
ତୁମେ ନିଜ କଥା ଭାବ,
କେତେଦିନ ବଞ୍ଚିବ...
ଏମିତି ସ୍ପୁର୍ତ୍ତିହୀନ ହୋଇ ।
