STORYMIRROR

PRABHAS KUMAR MOHAPATRA

Abstract

2  

PRABHAS KUMAR MOHAPATRA

Abstract

ସଂକଳ୍ପ ଟିଏ

ସଂକଳ୍ପ ଟିଏ

1 min
266

ଜୀବନରେ ଯେବେ ରହୁଥିଲି ପଛେ

ପାଉଥିଲି ଅନାଦର

ସେ ଦିନ ସଂକଳ୍ପ କରିଲି ନିଶ୍ଚିତ

ରଖିବି ସମ୍ମାନ ମୋର


ପଢିଲି ମୁଁ ପାଠ ଯେ ଅନବରତ

ରହିଲି ପ୍ରଥମ ସ୍ଥାନେ

ସେଦିନ ବୁଝିଲି ପ୍ରଥମ ଯେ ହେଲି

ସୁଖର ପ୍ରକୃତ ମାନେ


ସେ ଦିନ ସଂକଳ୍ପ ଆଜି ଯିଏ ଗଳ୍ପ

ହେଲେବି ମୋର ଜୀବନେ

ରଖିଛି ସେ ନେଇ ଦୁନିଆରେ ଭାଇ

ଯେ ଏକ ସ୍ବତନ୍ତ୍ର ସ୍ଥାନେ


ସେ ଦିନ ବୁଝିଲି ମନେ ବିଚାରିଲି

ନିଜେ ହିଁ ନିଜର ସ୍ରଷ୍ଟା

ଲୋଡା ଖାଲି ମନେ ସଂକଳ୍ପ ଟେ ଜନେ

ଲୋଡା ଅହରହ ଚେଷ୍ଟା


ଅସମ୍ଭବ ନାହିଁ ଦୁନିଆରେ ଭାଇ

ଲୋଡା ଯେ ଦୃଢ ସଂକଳ୍ପ

ଦୁନିଆ ଦେଖିବ ସଭିଙ୍କୁ କହିବ

ବିଜୟ ର ସତ୍ୟ ଗଳ୍ପ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract