STORYMIRROR

Ankit kumar Dhal

Tragedy Inspirational Others

3  

Ankit kumar Dhal

Tragedy Inspirational Others

ସଂକଳ୍ପ ର ସିଦ୍ଧି

ସଂକଳ୍ପ ର ସିଦ୍ଧି

1 min
272

ଏ ମା' ଦେଖନା ତୋ ପୁଅକୁ

ତୋ ହାତ ଗଢ଼ା କାଦପେଣ୍ଡୁଳାକୁ

ସେ କେମିତି ମଣିଷ ହେଇଯାଇଛି

ଜନମାନସରେ ସୁଖ୍ୟାତି ପାଉଛି

ତୁ କହୁନା ମା' "ଚନ୍ଦୁ ପାଠ ପାଢ"

କାଳିଆ ଘୋଡା ରେ ଚଡ଼ିବୁ ମଧୁବାରିଷ୍ଟର ସଂଗେ ଲଢ଼ିବୁ

ତୋରି ମାଡୁଆ ପୁଅ ;ଯିଏ କଲି ଦୁଷ୍ଟ ହଉଥିଲା,

ଅଝଟ କରିଥିଲା ,ଯାହା ପାଇଁ ଗାଁ ସାରା ଲୋକ ତତେ ଗାଳି ଦିଅନ୍ତି

ସେ ଆଜି ସେଇମାନଙ୍କର ସେବାକରୁଛି

ମୁଁ ଆଜି ସିଦ୍ଧି ପାଇଯାଇଛି ଲୋ

ସମାଜର ଦଳିତ ମାନଙ୍କୁ ପଢେଇ

ତାଙ୍କ ଦୁଃଖରେ ଦୁଃଖୀ ହୋଇ

ତାଙ୍କ ମୁହଁ ରେ ଦୁଇଅଳି ଦାନା ଦେଇ

ସର୍ବପରି ତାଙ୍କ ଅସହାୟରେ ମେରୁ ଦଣ୍ଡପରି ଛିଡା ହୋଇ

ମା' ! ଏ ମା' ତୋତେ ଆଉ କେହି ଗାଳି ଦେବେନି ;ମୁଁ ଆଉ ଦୁଷ୍ଟ ହେବିନି ଲୋ

ଥରେ ଚାଲିଆ ମୋ ପାଖକୁ ! ଦେଖିବୁ ତୋ ପୁଅକୁ

ତୋ କଥାରେ ସଂକଳ୍ପ ନେଇ

ଆଜି ସିଦ୍ଧି ପାଇଯାଇଛି ଲୋ ହଁ !ପାଇଯାଇଛି

ତୁ ସିନା ଆଉ ଫେରିବୁନି ହେଲେ

ତୋ କଥା କୁହା ବନ୍ଧୁକଟା

ଆଜି ବି ମୋ କାନ ରେ ଗୁଞ୍ଜରଣ କରିଚେତେଇଦଉଛି

ମାନବିକତାର ପୁଞ୍ଜି

ସମାଜସେବାରେ ଦୃଢ଼ କର୍ତ୍ତବ୍ୟନିଷ୍ଟ

ଆଉ ସୃଷ୍ଟି କରିଛି ମା' ନଥିବା ପୁଅ ଭଳି ଚନ୍ଦ୍ରଗୁପ୍ତ !! ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy