ସଂଗ୍ରାମ
ସଂଗ୍ରାମ




ସଂଗ୍ରାମ ଆଣିବ ଉନ୍ମାଦନା
ତୀବ୍ର ହେବ ପରିବର୍ତ୍ତନର ସ୍ୱର
ହୁ ହୁ ହୋଇ ଜଳିବ ମଶାଲ ଶିଖା
ଘରେ ଘରେ ନବ ଜାଗରଣର ମନ୍ତ୍ରଗାନ ।।
ଶିକ୍ଷାରେ ଶିଳ୍ପରେ ଶାସନ ତନ୍ତ୍ରରେ
ଜନତା ଉଦବୁଦ୍ଧ ହେବ ଦେଶପ୍ରେମ ମନ୍ତ୍ରରେ
ସଂଗ୍ରାମ ସୃଷ୍ଟି କରିବ,
ଉଦୀୟମାନ ଭବିଷ୍ୟତ
ସମାନତାର ସମ୍ଭାବନା ।।
ମୁକ୍ତିକାମି ସ୍ୱାଧୀନତାର ପର୍ବ ଆଶାୟୀ
ଆହୁରି ଆଗକୁ ଯିବାକୁ ହେବ
ଭୁଲି ଯିବାକୁ ହେବ ଗୁଳିବିଦ୍ଧ ଯନ୍ତ୍ରଣା ।।
ଶପଥ ନେବାକୁ ହେବ ଏକ ହେବା ପାଇଁ
ଜୟଗାନରେ ନିନାଦିତ ହେବ ଧରା ସାରା
ସଂଗ୍ରାମୀ ପାଲଟିବ ଜନନାୟକ ।।
ଅନ୍ତ ହେବ ପରାଧିନତା ଯାତ୍ରା
ଉଦିତ ରଶ୍ମିରେ ଝଲକିବ
ନୂତନ ଦିଗନ୍ତ ବିସ୍ତାରି ଉନ୍ନତି ଆଲୋକ ।।