ସନେଟ : ମୃତ୍ୟୁ
ସନେଟ : ମୃତ୍ୟୁ
ପ୍ରଥମ ଭାଗ :
ମୃତ୍ୟୁ ଆସି ଦିନେ କହିଲା-ଜୀବନ ତୁହି ବଡ଼ ଭାଗ୍ୟବାନ,
ମୋତେ କେହି କେବେ ଭଲ ପାଆନ୍ତିନି ତୋତେ କହୁଛନ୍ତି ଧନ୍ୟ |1
ଜୀବନ କହିଲା-ଦୁଃଖ କରନାହିଁ ମୃତ୍ୟୁଭାଇ ଟିକେ ଶୁଣ,
ତୁମେ ଧ୍ରୁବସତ୍ୟ ମୁହିଁ ମିଥ୍ୟାସୁଖ ଦୁହିଁଙ୍କ ଓଲଟା ଗୁଣ |2
ଆଜିର ମଣିଷ ସତ୍ୟପ୍ରିୟ ନୁହେଁ ମିଥ୍ୟାସୁଖ ସଦା ଚାହେଁ,
ତାଙ୍କମନ ଜାଣି ମିଥ୍ୟାସୁଖ ଯେତେ ଘରେ ଘରେ ବାଣ୍ଟୁଥାଏ |3
ତୁମେ ମୃତ୍ୟୁଭାଇ ଯେହେତୁ ଅଭିଜ୍ଞ ସ୍ଥିରଚିତ୍ତ ଚିରନ୍ତନ,
ଏବେ ଅଛି ମୁହିଁ କାଲିକୁ ନଥିବି ଅସତ୍ୟ ମୁହିଁ ଜୀବନ |4
ତୁମକୁ ଜିତିଲେ ମୃତ୍ୟୁଞ୍ଜୟୀ ଜୀବ କାମନାରୁ ପାଏ ମୁକ୍ତି,
ମୋତେ ଯେ ଜିତିବ ଆହୁରି ଖୋଜିବ ନାହିଁ ତା'ର ସୁଖ-ଶାନ୍ତି |5
ଦ୍ଵିତୀୟ ଭାଗ : ମୃତ୍ୟୁ
ବାପାଙ୍କ ସହିତ ଶିଶୁଟିଏ ଥରେ ମେଳା ଦେଖି ଯାଇଥିଲା,
କଣ୍ଢେଇକୁ ଦେଖି ହାତ ଛାଡ଼ିଦେଇ ଗହଳିରେ ହଜିଗଲା |6
ପୁଲିସ ପାଇଲା ଧରି ନେଇଗଲା ଶିଶୁଟି କାନ୍ଦିଲା ବେଶି,
ସୂଚନା କେନ୍ଦ୍ରରେ ବାପାଙ୍କୁ ପାଇ ସେ ହେଇଗଲା ଭାରିଖୁସି |7
ଶିଶୁହୋଇ ଆମେ ସଂସାର ମେଳାରେ ବୁଲୁବୁଲୁ ହଜିଯାଉ,
ପୁଲିସ ରୂପରେ ଯମ ଦେବତାର ହାତରେ ହିଁ ପଡ଼ିଯାଉ |8
ସମସ୍ତଙ୍କ ପିତା ଜନ୍ମ-ମୃତ୍ୟୁଦାତା ସୂଚନା କେନ୍ଦ୍ରରେ ଥାଇ,
ପରମପିତା ସେ ଚୁମ୍ବନ ଦିଅନ୍ତି ଆମକୁ ପାଖରେ ପାଇ |9
ମୃତ୍ୟୁ ନୁହେଁ କାଳ ମୃତ୍ୟୁ ନୁହେଁ ଶେଷ ମୃତ୍ୟୁ ହିଁ ପରିବର୍ତ୍ତନ,
ସଂସାର ମେଳାରେ ହଜିଯାଏ ସିନା ଆମଧନ ତନୁ-ମନ |10
ମାୟା ମୋହ ଜାଲେ ଛନ୍ଦିହେଲେ ପ୍ରାଣୀ କାନ୍ଦୁଥାଏ ବିକଳରେ,
ଜାଣେନା ସେ ପ୍ରାଣୀ ମୃତ୍ୟୁ ଧ୍ରୁବସତ୍ୟ ଥାଏ କାଳ କବଳରେ |11
ସଭିଙ୍କ ଜନମ ଗୋଟିଏ ଜାଗାରେ ମାଆକୋଳ ଏକା ସେହି,
ମରଣ ଆସିବ ଯେଉଁଠି ସେଇଠି ଥାନ କି ଅଥାନ ନାହିଁ |12
ଭାଗ୍ୟଵଳେ ଜୀବ ଜନ୍ମ ପାଇଥାଏ ସୁଖ-ଦୁଃଖ ସାଥେ ନେଇ,
ସମୟ ବଳରେ ମୃତ୍ୟୁ ଲଭିଥାଏ କିଛିନେଇ କିଛିଦେଇ |13
ମନ ବିବେକକୁ ଜଗିଥା'ନ୍ତି ଆତ୍ମା ଅତିସୂକ୍ଷ୍ମ ରୂପ ଧରି,
ଜୀବନ ଛାଡ଼ିଲେ ସକଳ ଦେବତା ସ୍ଵଗୃହେ ଯାଆନ୍ତି ଫେରି |14
