STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ସନେଟ -୯

ସନେଟ -୯

1 min
14.3K


ଜବେ ହେଉ ପୂର୍ଣ୍ଣ


କବିସୌରଭ ଅନୁପ ସିଂହ ଦେବ

ରାଜା ଖଡ଼ିଆଳ


ସୁମନା ସୁମନା ରୂପ ଅଟେ ଅକଳନା

ସୁମନା ସୁମନା ସେ ଯେ ମୋ ମାନମୋହନା ।।

କଦମ୍ବ କଦମ୍ବ ମୃଦୁ ମରାଳ ଗାମିନୀ

ସାରଙ୍ଗ ସାରଙ୍ଗ ମୁଖୀ କୁମୁଦ ହାସିନୀ ।।

ରମଣୀ ରମଣୀ ଅଟେ ରମଣୀ ଅଗ୍ରଣୀ

ସୁରଭି ସୁରଭି ଶୋଭେ ମଥାରେ ମାନିନୀ ।।

ତରଳ ତରଳ ଝଷ କଦଳୀ ନୟନୀ

ମାଳିକା ମାଳିକା ଦୋଳେ ଗଲେ ଚନ୍ଦ୍ରାନନୀ ।।

ଚଞ୍ଚଳା ! ଚଞ୍ଚଳା ଜିଣି ଝଟକେ ସୁତନୁ

ସାରଙ୍ଗ ସାରଙ୍ଗ ବାଣୀ ନ ଯାଏ ମୋ ମନୁ ।।

ଗଉରବ ଗଉରବ ତୁ ଚିତ୍ତେ ଦିନୁଁ ଦିନ

ବିକ୍ରମ ବିକ୍ରମ ପୂଜି ସରୁ ମୋ ଜୀବନ ।।

ବିଧାତା ବିଧାତା କର ତା ଦୁଃଖ ଖଣ୍ଡନ

ଭାବିନୀ ଭାବିନୀ ବାଞ୍ଛା ଜବେ ହେଉପୂର୍ଣ୍ଣ ।।

ସମାପ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics