STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ସନେଟ -୬

ସନେଟ -୬

1 min
13.9K


କବିସୌରଭ ଅନୁପ ସିଂହ ଦେବ

ରାଜା ଖଡ଼ିଆଳ


ଘନ କାଳେ ଘନକେଶୀ ଏକାକିନୀ ଥିବ

ଘନେ ଚାହିଁ ମମ ପ୍ରୀତି ଭାବ ହେଜୁଥିବ ।।

ଘନ ଘନ କଂସକରୁ ବନ ମୁଞ୍ଚୁଥିବ

ଘନନୀଳ ଅତଳସ ଚୋଳ ତିନ୍ତୁଥିବ ।।

ଘସ୍ରନାଥ କାନ୍ତି ଅଙ୍ଗ ମଳିନ ହେବଣି

ଘନକୁଚା ଗତରସେ ବ୍ୟାକୁଳ ହେବଣି ।।

ଘନାମ୍ବୁ ତନ୍ବୀ ତନୁକୁ ତପ୍ତ ଲାଗୁଥିବ

ଘନ ଜଘନା ଭୂତେଶ ଭୂତି ଘେନିଥିବ ।।

ଘର୍ମାନ୍ତକାମୁକୀ ପଂକ୍ତି ଅନନ୍ତେ ନିରେଖି

ଘଡ଼ି ଘଡ଼ି ଘଡ଼ ଘଡ଼ି ଶୁଣି ଶଶି-ମୁଖୀ ।।

ଘନସାର ଘନସାର ଲେପ ଲୋଡୁଥିବ

ଘଟ ଆଉ ସୁକୁମାରୀ ଘଟେ ସତେ ଥିବ

ଘାରି ହେଉଛି ବିରହେ ହର ମୋ ବେଦନା

ଘଣ୍ଟେଶ୍ୱରେ ବୋଲୁଥିବ ଆକୁଳେ ନବୀନା ।।

ସମାପ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics