STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ସନେଟ -୫୭

ସନେଟ -୫୭

1 min
14.2K


ଦରୀ ଦର୍ପ ଦଳନେ


କବିସୌରଭ ଅନୁପ ସିଂହ ଦେବ

ରାଜା ଖଡ଼ିଆଳ


ମାଧବି ! କେଉଁ କାରଣେ ନରଭୂ ତ୍ୟାଗିଲ

ହୋଇଲା କି ମିତଣୀର ଦାଉ ଅସମ୍ଭାଳ ।।

ଦେଶଦ୍ରୋହୀ ହୀନ ଚାଲି ଚଳଣ କୁ କରି -

ଅବଲମ୍ବନ,ସ୍ୱଦେଶେ ଆସନ୍ତି ଅଇରି ।।

ସଂସ୍କୃତି ଧର୍ମେ ଆଇନ-ଭିଦୁର ପ୍ରହାରି -

ଥିବାରୁ,କି ସେ ପଦବୀ ଲୋଲୁପା ବାତୁଳୀ -।।

ଭୟେ,ଉଠିଲା ହୃଦୟ ଝର୍ଝରିକ ଥରି

କରଭୀର ଆକ୍ରମଣେ କୃଷ୍ଣସାର ପରି ।।

ଆଶୁ ଦୟିତ ଛାମୁରେ ଅଳି କର ଯାଇ

ତିଷ୍ୟ-ବାତୁଳି ସ୍ପର୍ଶନେ ମନୀଷା ହରାଇ ।।

କଲ୍ମାଷି ବତ କରେ ସେ ସତ୍ୟର ମନ୍ଥନ

ବୈକୁଣ୍ଠ ଭକ୍ତଙ୍କୁ ଦେଇ ଦୁଃସହ ଯୋପନ ।।

ଶୀଘ୍ର ସେ ଓହ୍ଲାଇ ସୂମୁ ଅବତାର ଧରି

ମୋ ଦେଶ ଦୁଃଖ ହରନ୍ତୁ ଦରି ଦର୍ପ ଦଳି ।।



ସମାପ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics