STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ସନେଟ -୨୯

ସନେଟ -୨୯

1 min
13.8K


ନର ଜନ୍ମ


କବିସୌରଭ ଅନୁପ ସିଂହ ଦେବ

ରାଜା ଖଡ଼ିଆଳ


ଜାଣେ ମୁଁ କପାଳବାନ ! ନ ପାରିବ ଲୀନ -

ହୋଇ ପରମାତ୍ମା ସାଥେ ମମ ହୃଦୁ ପ୍ରାଣ - ।।

ଇହ ଜୀବନରେ ଯେଣୁ ପଡ଼ିଛି ସବଳ -

ବୃଜିନ କବଳେ ହୋଇ ନିତାନ୍ତ ଦୁର୍ବଳ ।।

ଭୋଗେ,ମଦେ, ମୋହେ,ନିତ୍ୟେ କାଟୁଛି ଜୀବନ,

ଶିରା ପ୍ରଶିରାରେ ପଙ୍କ ହେଲାଣି ପୂରଣ ।।

ବହୁଦୂରେ ଫିଙ୍ଗି ଅଛି ମାନ ମର୍ଯ୍ୟାଦାକୁ

ଚିନ୍ତିଲି ନାହିଁ ତିଳେ ହେଁ କୁଳଗୌରବକୁ ।।

ସ୍ମରିଲି ନାହିଁ ଦିନେ ହେଁ ତୁମ୍ଭଙ୍କୁ ଜୀବନେ

ନ ଥିବେ କେ ମୋହ ସମ ପାପୀ ତ୍ରିଭୁବନେ ।।

ଜଣାଏ ଖଣ୍ଡନ କରି ସକଳ କଳୁଷ

କ୍ଷମିବ ପତିତ ଦାସେ ପ୍ରଭୁ ଆଶୁତୋଷ ।।

ପୁଣି ଦେଇ ନର ଜନ୍ମ ଅଧମେ ତାରିବ

ସାଧୁଗୁଣେ ଅଳଙ୍କୃତ କରି ଉଦ୍ଧରିବ ।।


ସମାପ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics