STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ସନେଟ -୧୫

ସନେଟ -୧୫

1 min
13.8K


କୈବଲ୍ୟ କେଉଁଠି ?


କବିସୌରଭ ଅନୁପ ସିଂହ ଦେବ

ରାଜା ଖଡ଼ିଆଳ


ସାକି ! ଢାଳ ସୁରାପାତ୍ରେ ଢାଳ ଗୋ ମଦିରା

ଫେରୁଛି ଚେତନା ଧୀରେ,ହୁଏଁ ଆତ୍ମହରା ।।

ଲୋଭ କ୍ରୋଧ ଅହଙ୍କାର ହୃଦୟ ସ୍ପର୍ଶିବ

ମାୟାମୋହ ପୂର୍ବଦେବ ମର୍ମ ବିଦାରିବ ।।

ନିକାଞ୍ଚନ କାନନେ ଏ ଜର୍ଜର କୁଟୀରେ

ଥାଉ ଶିବ ମୁଠେ ଦ୍ୟୁମ୍ନ ଥାଅ ଗୋ ସାଥିରେ ।।

ମନ ଲାଖି ଗାଅ ଗାନ ବହୁ ପ୍ରୀତି ଭରେ

କେହ୍ନେ ଖୋଜି ବୁଲିବା ଗୋ ସୂମ ଯେ ଏଠାରେ ।।

ଦେଖୁଥାଇ ମୃତ୍ୟୁ ଦ୍ୱାର ନାହିଁ କଞ୍ଚି ତାର

ଭାଗ୍ୟ ଦ୍ୱାରେ ଢାଙ୍କି ଅଛି ପରଦା ଲୁହାର ।।

ଜୀବନ ଗୋଧୂଳି ବେଳା ଆସି ପହଞ୍ଚିଛି

ଢାଳ ଢାଳ କାଦମ୍ବରୀ ବେଳ ଅଳ୍ପ ଅଛି ।।

ଭ୍ରାନ୍ତି ମୁକ୍ତି-ସ୍ରୋତେ ମୂଢେ ଯାଉଛନ୍ତି ଭାସି

ରହିଛି କୈବଲ୍ୟ ଦେଖ ଦ୍ରାକ୍ଷାଭାଣ୍ଡେ ପଶି ।।

ସମାପ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics