ସ୍ନେହ ପ୍ରେମ ଭୁଲି ହୁଏନା
ସ୍ନେହ ପ୍ରେମ ଭୁଲି ହୁଏନା
ମନେ ପଡେ, ବଧୂ ବେଶରେ ସବାରୀରେ
ବସି ଆସିଥିଲ
ପାଦର ପାଉଞ୍ଜି ଥିରି ଥିରି ରୁଣୁଝୁଣୁ ଶବ୍ଦ,
ହଂସ ପରି ଚାଲୁଥିଲ ।
ଖରା, ବର୍ଷା ଓ ଶୀତ ଆମେ ନିବିଡରେ
କେତେ ବିତାଇଛେ
ତମେ ଓ ମୁଁ, ହସ ଖୁସିରେ କେତେ ଦିନ
ରାତି କଟାଇଛେ ।
ଏପରି ଅନ୍ତରଙ୍ଗ ତୁମେ, କହେ ମୁଁ ତୁମକୁ
ସବୁ ଗୋପନ କଥା
ଭୁଲି ତ ହେବନି ସେହି ସବୁ ବହୁଳ ଅଭୁଲା
ସ୍ମୃତିର କଥା ।
ମୋର ଆଖି ବୁଜି ଦେଲେ ତୁମେ ତ ଦେଖା
ଦିଅ ସାମନାରେ
ସୁନ୍ଦର ଭାବନାରେ ତୋଳିଛେ ପ୍ରୀତି ନଅର
ଦୁହେଁ ହୃଦୟ ଭିତରେ ।
ଜନ୍ମରୁ ଜୁଇ, ଏ ଜୀବନ ରଥେ ତୁମେ ହିଁ
ତ ହୁଅ ଏକା ସାହା
ରାଧାର ପ୍ରୀତି ସଦୃଶ ଭକ୍ତି ହୃଦୟରେ ତୁମେ
ସଦା ହୁଅ ତ ଠିଆ ।
ଅବଶ୍ୟ ତୁମ ହୃଦୟଟା ବାଣ୍ଟି ହୋଇ ଯାଇଛି
ସଂସାରର ଖେଳେ
ହଜି ଯାଇଛ ଏବେ ପୁଅ ବୋହୂ ଝିଅ ଜୋଇଁ
ନାତି ନାତୁଣୀ ମେଳେ ।
ତମେ ଓ ମୁଁ, କେତେ ଯେ ବିନିଦ୍ର ରଜନୀ,
କଟାଇଛେ ଏକ ଶେଜେ
କାହିଁକି, କଅଣ ପାଇଁ କୁହ, ତୁମକୁ ମୁଁ ମନ
ମଧ୍ୟରୁ ଭୁଲି ଯିବି ଯେ ।