STORYMIRROR

saroj mohapatra

Tragedy

3  

saroj mohapatra

Tragedy

ସନ୍ଦେହ

ସନ୍ଦେହ

1 min
452


ସନ୍ଦେହର ରଙ୍ଗରେ 

ସାରା ଦୁନିଆ ଦିଶେ ଫିକା,

ନୀଳ ଆକାଶବି ହୁଏ ବିଚଳିତ

ହରାଏ ନିଜର ଅଙ୍ଗ ଶୋଭା।

ଆଦି ନାହିଁ ଅନ୍ତ ନାହିଁ ସନ୍ଦେହର

କେତେଯେ ସମ୍ପର୍କକୁ ଭାଙ୍ଗି କରିଦିଏ ନାରଖାର ......

ନିତି କେତେଯେ ସମ୍ପର୍କରେ

ପଡେ ପୁନଃଛେଦ.....

ତାର ହିସାବ କିଏବା ଦେବ।

ସତରେ ସନ୍ଦେହ ତୁମେ 

ବିରାଟ ବିସ୍ମୟ,

କେବେ କଣ ଲାଗେନି ତୁମକୁ ସଂଶୟ?

ତୁମକୁ ବୁଝିବା ଜଟିଳ ଭାରି

ମନରେ ଭରେ ଜା ଭୟ।

ନିତି କାଗଜରେ.....

କେତେ ଯନ୍ତ୍ରଣା ଲେଖା ହୁଏ

ଅନିଦ୍ରାରେ,

ଭାବୁଥିବ ମନ ଦେଖିବ ସ୍ୱପ୍ନ

କିନ୍ତୁ ରହିଯାଏ ସନ୍ଦେହ ଭିତରେ।

ଏ ସନ୍ଦେହ ଏତେ ସହଜରେ ଛାଡି ଯାଏନା,

ଦେଇଚାଲେ ଯାହା ଯନ୍ତ୍ରଣା,

ମନେ ଘନୀଭୂତ ହେଲେ ସନ୍ଦେହ

ଛିଡାଇ ଦିଏ ସମ୍ପର୍କର ସୂତା ଖିଅ।

 ମିଣିଷ ହୁଏ ନିରୁପାୟ.....

ସଂଜ୍ଞା ହିନ ହୋଇ ବୁଲିବା

ହୁଏ ନିଶ୍ଚୟ,

ସନ୍ଦେହ ତୁମେ ଛାଡି ଚାଲିଯାଅ।

ସନ୍ଦେହ ତୁମେ ଛାଡି ଚାଲିଯାଅ।

ମୁଁ ଭାବେ ବସି ସବୁବେଳେ...

ସନ୍ଦେହ ତୁମେ କଣ ପାଇଁ ଏତେ ନିର୍ଦୟ।

ତୁମେ କଣ ପାଇଁ ଏତେ ନିର୍ଦୟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy