ସ୍ନାନ
ସ୍ନାନ
ତୁଠ ପଥର ରେ
ଘଷି ହେଉଛି ତଟିନୀ
ଗୋବରର ଗଂଧ
ଧାନ ଉଁଷା କଳା
କାଙ୍କସିଝା ଦାଗ
ମନ ପୋଡା ଜଳା ।
ମାଜୁଛି ମୁହଁ କୁ
ଚିକ୍ ଚିକ୍ ଚମକୁଛି
ତାଜା ଚାପୁଡା ର ଚିହ୍ନ ,
ଫଟା କପାଳରେ ନେସୁଛି ହଳଦୀ
ଜହ୍ନି ଫୁଲ ପରି ଦାଉ ଦାଉ
ଜଳୁଛି କି ଜହ୍ନ ।
ଅଙ୍ଗୀକାର କରିଛି ଦୁଃଖ କୁ
ଅଙ୍ଗାର ତ ସୁଖ
କାଚି କୁଚି ସୁଖଉଛି
ନଦୀର ପଠା ରେ
ମଳି ଲଗା ସଂପର୍କ ଅନେକ ।
ମୁର୍ହୁ ମୁର୍ହୁ ମୂର୍ଛା ଯାଏ ଇଛା
ଆଂଜୁଳା ଆଂଜୁଳା ପାଣି
ଆକୁଳରେ ଛିଟା ମାରେ
କଉ ଫେରୁଛି ଯେ ଚେତା ।
ଧୋଇ ଧାଇ ବୋଝେ ଅବସାଦ
ଗରା ରେ ଗରାଏ ଆଶା
କାଖରେ ଜାକି ସେ
ବେଗି ବେଗି ଘରମୁହାଁ
ଥାପି ଓଦା ଓଦା ପାଦ ।