Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Binata Mohanta

Abstract Others

4.5  

Binata Mohanta

Abstract Others

ସମୟର ଖେଳ

ସମୟର ଖେଳ

1 min
269


ସୁଖ ଓ ଦୁଃଖ ଜୀବନରେ

       ମୁଦ୍ରାର ଦୁଇପାର୍ଶ୍ୱ ଭଳି

ଜଣାଏ ତାହାର ସ୍ଥିତି

       ସମୟ ସହ ବଦଳି ।


ବିଗତ ବର୍ଷଠାରୁ ପ୍ରକୃତି

       ଘଟାଉଛି ନାନା ପରିବର୍ତ୍ତନ

କେତେବେଳେ ମହାମାରୀ ତ

        କେତେବେଳେ ବାତ୍ୟାର ବିବର୍ତ୍ତନ ।


ମହାମାରୀ କବଳରେ

         ସାରା ବିଶ୍ବ ଆତଙ୍କିତ

ବାତ୍ୟାର ପ୍ରହାର ପୁଣି

         ସଂସାରକୁ କରିଲା ବିପର୍ଯ୍ୟସ୍ତ ।


ଜନ ଜୀବନେ ପ୍ରଭାବିତ

         ସଂକ୍ରମଣ ମହାମାରୀ ହାହାକାର

ତା' ସହିତ ଗୋଟିଏ ପରେ

          ଗୋଟିଏ ବାତ୍ୟାର ସମାଚାର ।


କିଭଳି ଅଭିନୟ ଦେଖାଉଛି

          ସୃଷ୍ଟି ତା'ର ପ୍ରେକ୍ଷାଗାରେ

ଶୁଣି କୋହଭରା କ୍ରନ୍ଦନ

          ଥରାଏ ମନ ଅନ୍ତଃପୁରେ ।


ବାତ୍ୟାରେ ଉଡ଼ିଗଲା ଚାଳ

           ଶୁଖିଲା ପତ୍ର ପ୍ରାୟ

ଭିଟାମାଟି ହରାଇ ମନୁଷ୍ୟ 

            କାନ୍ଦଇ ଦେବାଳିଆ ହାୟ ।


ପ୍ରବଳ ବର୍ଷା ଯୋଗୁଁ

            ଚତୁଃପାର୍ଶ୍ଵ ଜଳବନ୍ଦୀ

କରୋନା ଭୟେ ଆତଙ୍କିତ

            ଜନେ ସଚେତନ ତୁଣ୍ଡି ବାନ୍ଧି ।


ତଟବର୍ତ୍ତୀ ଅଞ୍ଚଳ ମାନଙ୍କୁ

            ଚେତାବନୀ ସମୁଦ୍ର ଆସୁଛି ମାଡି

କାହାଦାଉରୁ ରକ୍ଷା ପାଇବା

            ମନୁଷ୍ୟ ଚିନ୍ତାରେ ଗଲାଣି ବୁଡି ।


ଜୀବନ ଜୀବିକା ସବୁ ହରାଇଛି

            ଖାଇବାକୁ ଦାନା ନାହିଁ

ଭୋକିଲା ପେଟରେ କେମିତି ବଞ୍ଚିବ

             ଏତେ ସାହସ ବା କାହିଁ ।


ଅଭାଗା ମଣିଷ ହତୋତ୍ସାହ ହୋଇ

             ଲେଖିଲା ଇଶ୍ଵରଙ୍କୁ ଏକ ଚିଠି

ଅଭିଯୋଗ ଭରା ଶଦ୍ଦରେ ଲେଖିଲା

             ସନ୍ତାନଙ୍କୁ କେତେ ପ୍ରହାରିବୁ ଲାଠି ।


ମୃତ୍ୟୁ କୋଳରେ ଲୋଟୁଛନ୍ତି ଜନ

             ଛଟପଟ କଲବଲ ହୋଇ

ଆହା କହିବାକୁ ନିକଟେ ନାହାଁନ୍ତି

             କୁଟୁମ୍ବ ଯେ ଜଣେ କେହି ।


ନିରାଶ୍ରୟ ମନେ ପ୍ରଭୁଙ୍କୁ ଯେ

            କେତେ ନିନ୍ଦୁଛନ୍ତି ସଭିଏଁ

ଉଠ ଜଗତ କର୍ତ୍ତା,ଦେଖାଅ ଅନୁକମ୍ପା

             ଏହି ମର୍ତ୍ତ ଭୂବନେ  ।


Rate this content
Log in