STORYMIRROR

Ajit Kumar Raut

Tragedy Inspirational

3  

Ajit Kumar Raut

Tragedy Inspirational

ସମୟର ଚକ୍ର ଅତି ଭୟଙ୍କର

ସମୟର ଚକ୍ର ଅତି ଭୟଙ୍କର

1 min
138


ଅତି ଭୟଙ୍କର ସମୟର ଚକ୍ର

ଯନ୍ତ୍ରଣା ଜୀବନେ ଦେଲା,

ଦୁଇ ଭଉଣୀ ମୋ ବଡ଼ ଭଉଣୀ ସେ

ପ୍ରାଣ ଲୀଳା ହିଁ ସରିଲା।୧।


ମୃତ୍ୟୁ ହିଁ ହୋଇଲା ସମୟର ଚକ୍ରେ

ଛାଡ଼ି ଚାଲିଗଲେ ଦୁଇ,

ପୁତ୍ର ପୁତ୍ରବଧୁ ନାତି ନାତୁଣୀଙ୍କୁ

ଛାଡ଼ି ଚାଲିଗଲେ ଦୁଇ

ଭାଇ ଭଉଣୀଙ୍କୁ ଦୁଃଖାକୁଳେ ଛାଡ଼ି

ଭଉଣୀ ମୋ ଛାଡ଼ି ଗଲେ।୨।


ସମୟର ଚକ୍ର ଅତି ହିଁ ପ୍ରଚଣ୍ଡ

ଅଦୃଶ୍ୟ ରୋଗର ଚିନ୍ତା,

ସଙ୍ଗକୁ ହୋଇଲା ଭଉଣୀ ବିୟୋଗ

ଅସ୍ଥିର କରୁଛି ଚିନ୍ତା।୩।


ଜୀବନ ଯାତ୍ରାରେ ସୁନାମ ରଖିଣ

ପତିବ୍ରତା ନାରୀ ଦୁହେଁ,

ସାଂସାରିକ କାର୍ଯ୍ୟ ସମାପନ କରି

ପ୍ରଭୁଙ୍କ ଚରଣେ ଦୁହେଁ।୫।


ଛୁଇଁ ନ ପାରିଲା ଅଦୃଶ୍ୟ ରୋଗ ହିଁ

ସାମାନ୍ୟ ମୃତ୍ୟୁ ତାଙ୍କର,

ସବୁ କାର୍ଯ୍ୟ ସାରି ମୃତ୍ୟୁ କୋଳେ ଗଲେ

ପରିପୂର୍ଣ୍ଣ ହିଁ ସଂସାର।୬।


ଖୁସି ଆନନ୍ଦର ସଂସାର ହିଁ ଥିଲା

ବୈଭବରେ ପରିପୂର୍ଣ୍ଣ,

କର୍ତ୍ତବ୍ୟକୁ ସାରି ପ୍ରଭୁଙ୍କ ଚରଣେ

ମିଶିଗଲେ ଦୁଇ ଜଣ।୭।


ଅଦୃଶ୍ୟ ରୋଗର ଭୟାବହ କାଳେ

କି ସମୟ ହୋଇଲା ଏହୁ,

ଦାରୁଣ ଯନ୍ତ୍ରଣା ଦେଇ ଚାଲି ଗଲେ

ଶୋକାକୁଳ କଲେ ଏହୁ।୮।


ଭାଇର ବିନତି ପ୍ରଭୁଙ୍କ ନିକଟେ

ପ୍ରଭୁ ପଦେ ମିଳୁ ସ୍ଥାନ,

ଜନ୍ମ ପରେ ମୃତ୍ୟୁ ହିଁ ଅବଶ୍ୟ

ପ୍ରଭୁଙ୍କ ଏହି ବିଧାନ।୯।


ଅତି ଭୟଙ୍କର ସମୟର ଚକ୍ର

ଯନ୍ତ୍ରଣା ଜୀବନେ ଦେଲା,

ଦୁଇ ଭଉଣୀ ମୋ ବଡ଼ ଭଉଣୀ ସେ

ପ୍ରାଣ ଲୀଳା ହିଁ ସରିଲା।୧୦।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy