STORYMIRROR

Kali Kumar

Abstract Tragedy Classics

3  

Kali Kumar

Abstract Tragedy Classics

ସମୟର ଚିତ୍ର

ସମୟର ଚିତ୍ର

1 min
245

ପୂର୍ବ - ପର

କେବଳ ଶବ୍ଦ ହିଁ ଦୁଇଟି

ପରିସ୍ଥିତି ପୂର୍ବେ - ପରେ

ଥିଲା ଯାହା,

ଆଜି ବି ତ ସେମିତି

ପୂର୍ବ - ପର

କେବଳ ଶବ୍ଦ ହିଁ ଦୁଇଟି;

ଅନ୍ଧର ହାତରେ ଧର୍ମର ନିକିତି

ପାଷାଣି ନେତ୍ରେ କଳା ପୁଟୁଳି

ଚତୁର ବିଲୁଆ ତୁଣ୍ଡେ, ଶାସନର ବୋବାଳି

ମୁଖେ ପୁଣି ନୀଳିମା ବୋଳି

ପାଷାଣି ନେତ୍ରେ ଏଠି କଳା ପୁଟୁଳି ।

ପୂର୍ବ - ପର, ମଧ୍ୟେ

ବ୍ୟବଧାନ ବା କେତିକି

ଆଜି ବି ମାଟି ଦେହେ ଲୁଟେ

ଜୀର୍ଣ୍ଣ ଶିଣ୍ଣ ରୁକ୍ଷ ଫୁଙ୍ଗୁଳା ଛାତି

ତୀକ୍ଷ୍ଣ ରୌଦ୍ରତାପେ ଚିକ୍କଣ

ପଥୁରିଆ ବନ୍ଧୁର ଶୀଳାସମ ତା' ଖୋଲା ପିଠି

ଋଣ ଭାରେ ପ୍ରାଣ ତା' ହୁଏ ଛାଟିପିଟି

କେତେ କେତେ ସଂବେଦନା,

ପୁଣି କେତେ ପ୍ରତିଶ୍ରୁତିପୂର୍ଣ୍ଣ

ଯୋଜନାର ଭେଟି

ପାଳଭୂତ ସେ,

ରକ୍ତ ମାଂସର ଜୀବନ୍ତ ମୁରତି

ପୂର୍ବ - ପର

କେବଳ ଶବ୍ଦ ହିଁ ଦୁଇଟି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract