STORYMIRROR

Chinmayee Kanta

Inspirational

3  

Chinmayee Kanta

Inspirational

ସମୟ

ସମୟ

1 min
185


ସମୟ କାହିଁ ଆଜି ?

ସେଇ ଦିନ ସେଇ ରାତି

ସେଇ ଶିତ ସେଇ ତାତି

ସକାଳ ଆସିବ ଫେରି

ପୁଣି ରାତିକୁ ଅପେକ୍ଷା କରି 

ସବୁ ସମାନ ହେଲେ

ସମୟ କାହିଁ ଆଜି ?

 ପିତାମାତା ପାଇଁ ନାହିଁ ସମୟ

 ନିଜ ପୁଅ ଝିଅ ପାଇଁ ଆହା

 କି ଅନ୍ୟାୟ ?

 କାହା ପାଇଁ ଆଜି ସମୟ ନାହିଁ 

 ତଥାପି ଖୋଜୁନି ଆଜି

 କିଏ ବି ନିଜ ପାଇଁ କିଛି ସମୟ ।

ଭୋକ ମରିଯାଏ ପେଟ ଭିତରେ

ପ୍ରେମ ସରି ଯାଏ ହୃଦୟ କୋଣରେ

କେବଳ ଦେଖା ଯାଏ ଛିଞ୍ଚା ଶିଶିର ବିନ୍ଦୁ ପରି

ଛୋଟିଆ ଆବଦ୍ଧ ସମ୍ପର୍କ ଟିଏ ।

ସତରେ ସେଇ ସମ୍ପର୍କକୁ ନେଲା କିଏ ?

 କୋଉ ମାଆ ପାଟିରୁ ବାହାରୁ ନାହିଁ

 ନିଜ ପିଲା ପାଇଁ ଗୋଟିଏ ଗୀତ

 କାହା ଘରୁଁ ଶୁଭୁ ନାହିଁ ଜମାରୁ

 କେତେ ଭଜନ କୀର୍ତ୍ତନ ସଙ୍ଗୀତ ।

ବାପାଙ୍କଠୁ ମିଳୁନି ଆଦର

ମାଆଠୁ ମିଳୁନି ସ୍ନେହ

ଭାଇଠୁ ମିଳୁନି ସହାୟକ

ଆଉ ଭଉଣୀଠୁ ମିଳୁନି 

ପ୍ରେମରେ ଭାଇର ଡାକ ।



Rate this content
Log in

Similar oriya poem from Inspirational