STORYMIRROR

Debaprakash Sahoo

Tragedy

1.4  

Debaprakash Sahoo

Tragedy

ସମୟ

ସମୟ

1 min
26.9K


ଏମିତି ଗୋଟାଏ ସମୟ ଆସେ,

କଳାରେ ନିପୁଣ କୁଶଳି ଲୋକଟା 

କୋହରୁ ମେଞ୍ଚାଏ ଆବୋରି ବସେ ।

ଏମିତି ଗୋଟାଏ ସମୟ ଆସେ,

ଅକ୍ଷମ ପଣର ଅନୁଭବୀଟିଏ

ଅନ୍ଧାର ଭିତରେ ଧଶେଇ ପଶେ ।୦।

କର୍ମ କଲେ ଫଳ ନିଶ୍ଚିତ ମିଳିବ

ଏହା ସଂସାରର ନିରାଟ ସତ୍ୟ,

ଦୈବ ଦୁର୍ଘଟଣା କାହାକୁ ବା ଜଣା

ଆଣିଦିଏ କେବେ ଅଶୃଳ ତଥ୍ୟ ।

ଏମିତି ଗୋଟାଏ ସତ୍ୟ ବି ଆସେ,

ସରଳ ମଣିଷ ସାହସ ହରେଇ

ସମ୍ଭାବନା ଗୁଡ଼େ ହଜେଇ ବସେ ।୧।

….ଏମିତି ଗୋଟାଏ ସମୟ ଆସେ….

କ୍ଷୂର୍ଣ୍ଣ ହେଇଯାଏ ପୂର୍ଣ୍ଣ ପ୍ରୟାସଟେ

ଅମାନିଆ ହେଲେ ଅବୁଝା ମନ,

ଅକ୍ଷ ହରାଇ କି ଲକ୍ଷ୍ୟଚ୍ୟୁତ ହୁଏ

ବାକିଥିବା କିଛି ଆଖି ସପନ ।

ଏମିତି ଗୋଟାଏ ସପନ ଆସେ,

ଅଳସ ମନର ଅନ୍ଧାର ଆକାଶେ

ଆଶାର ଆଲୋକ କିରଣ ଦିଶେ ।୨।

….ଏମିତି ଗୋଟାଏ ସମୟ ଆସେ….

© ଦେବପ୍ରକାଶ ସାହୁ


Rate this content
Log in

Similar oriya poem from Tragedy