STORYMIRROR

Renuka Samal

Inspirational

4  

Renuka Samal

Inspirational

ସମୟ

ସମୟ

1 min
31


ବେପରୁଆ ଭାବେ ସମୟଟା

ଘୋଷାରି ନେଉଥିଲା

ପ୍ରପଞ୍ଚତା ଥିଲା

ଇଏ ଜୀବନ ନାଟକର

ସମୟଟା ବ୍ୟସ୍ତ ଥିଲାବେଳେ

ଖସି ଆସିଥିଲି

କରଣିୟ ଯାହା

ଛାଡ଼ିଦେଇ

ଗୋଟାଇଲି ଯେତେ ସବୁ 

ଚିକ୍ ମିକ୍ ଶାମୁକା

ସମୟ ବେଳାରୁ ।

ପାଦଟା ଖସୁଥିଲା 

ସମୟର ଖସଡ଼ା ପଥେ 

ମୁଁ କିନ୍ତୁ ବ୍ୟସ୍ତ ଥିଲି

କୁଢ଼ କରିବାରେ

ସମୟର ଇଙ୍ଗିତରେ

ବିରତିଇଚ୍ଛା ଥିଲା 

ଲୋଭାତୁର ଆତ୍ମା କାମାତୁର ମନ

ଜାବୁଡ଼ିଧରି

ମୁହୂର୍ତ୍ତ ଗୁଡିକୁ

ତୁଷାର ପରି ଝାଡି ଚାଲିଥିଲେ

ବୟସର ଅପରାହ୍ନରେ

ଆଖି ଖୋଲେତ

ରାତ୍ରୀ ଆଗତପ୍ରାୟ

ଆକାଶଟା ମେଘାସନ

ବାୟୁର ବେଗ ତିବ୍ରତର

ଚପଳା ତେଜଯୁକ୍ତ

ବଜ୍ରପରି ଝପଟା

ସମୟଟା ବାହାରି ଯାଉଥିଲା

ଗୋଡ଼ ଟାଣି ଟାଣି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational