ସମୟ
ସମୟ
ଲାଇକ୍ କି କମେଣ୍ଟ ଦେବାକୁ
ଆଜିର କବିବନ୍ଧୁ ମାନଙ୍କ
ପାଖରେ ସମୟ ନାହିଁ
କିନ୍ତୁ କବିମାନଙ୍କ ଫୋଟରେ
କମେଣ୍ଟ ଦେବାକୁ ଭୁଲନ୍ତି ନାହିଁ
ହୁଏତ ଆମ କବିତା
ସେମାନଙ୍କର ପସନ୍ଦ ନୁହଁ ॥
ସେମାନଙ୍କ ଭଳି ଲେଖା ହୁଏତ
ଆମ ଲେଖାରେ ମିଳୁନି ଅବା
କମେଣ୍ଟ ଦେବାକୁ ତାଙ୍କ
ତିଳେ ବି ଇଛା ନାହିଁ ।
ସେ କବି ବନ୍ଧୁମାନେ ଭାରୀ ମହାନ
ଯିଏ ଜନ୍ମଦିନ ଶୁଭେଛା ପାଇଁ
ସୁନ୍ଦର ସୁନ୍ଦରୀଙ୍କ ଫୋଟ ପାଇଁ
ଆଉ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ
କମେଣ୍ଟ ଦେବା ଭୁଲନ୍ତିନି ଜମା ॥
ଆମେ ତ ହେଲୂ ନୁଆ କବି
ସାହିତ୍ୟର ଉନ୍ନତି ପାଇଁ
ନିଜ ମନର ପ୍ରଫୁଲ୍ଲତା ପାଇଁ
ଅନ୍ୟଠାରୁ ସକରାତ୍ମକ ହେଉ
ଅବା ନକରାତ୍ମକ ଉକ୍ତି ପାଇଁ
ଆଜି ଯାଏଁ ଲେଖିବାର ଚେଷ୍ଟା
ହୁଏତ ଆମ ଧୃଷ୍ଟତାର ପରିଚୟ ॥
