STORYMIRROR

Ajayakumar Mohanty

Inspirational

4  

Ajayakumar Mohanty

Inspirational

ସମୟ

ସମୟ

1 min
80

ସମୟ

,,,,,,,,,,,,,

ଘଣ୍ଟା କଣ୍ଟା ଗଡ଼ି ଚାଲେ

ସେକେଣ୍ଡ ପରେ ମିନିଟ୍

ମିନିଟ୍ ପରେ ଘଣ୍ଟା।

ବଦଳି ଯାଏ ଦିନ ଆଉ ବାର

ବଦଳି ଚାଲେ ତାରିଖ ପରେ ତାରିଖ

ମାସ ପରେ ମାସ ବର୍ଷ ପରେ ବର୍ଷ

ଗଡ଼ିଚାଲେ ନିରନ୍ତର

କାହାକୁ କରେନା ଅପେକ୍ଷା।

ସେମିତି ଶୈଶବରୁ କୈଶୋର

ଯୌବନରୁ ଜରା ବୃଦ୍ଧ କାଳ

ତାପରେ ଅଚିରେ ମୃତ୍ୟୁ ଆସେ ନଇଁ

ସମୟ କୋଳରେ ସବୁ ଶେଷ।

 ତଥାପି ଜନ୍ମ ପରେ ମୃତ୍ୟୁ

ଚିରନ୍ତନ ଚାଲୁଥାଏ ଚାଲୁଥିବ 

ଧରଣୀ ବୁକୁରେ ପଳାୟମାନ ସମୟରେ

ବିଚିତ୍ର ବି ଲାଗେ ମଣିଷ ପ୍ରକୃତି

ଜାଣେ ମୃତ୍ୟୁ ଅନିର୍ବାର୍ଯ୍ୟ

ତଥାପି ସେ ନିରୁଦ୍ଭିଘ୍ନ ମ

ମୃତ୍ୟୁ ଭୟ ନଥାଏ ତାଠାରେ

ମୃତ୍ୟୁ ଆସେ ଚିହ୍ନ ଲିଭିଯାଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational