ସମୟ
ସମୟ
ସମୟର ତୁମର ନାହିଁ ରୂପ
ନାହିଁ ମାପିବାକୁ ମାପକାଠି
ସମୟର ଆଲିଙ୍ଗନ ଭିତରେ
ସଭିଙ୍କ ଅସ୍ତିତ୍ବ
ଚାଲେ ଖାଲି ତାରି ବାହୁବଳ
ସମୟ ଘେରରେ ସମସ୍ତେ
ସ୍ରଷ୍ଟା, ଏ ସୃଷ୍ଟି ତଥାପି ଅସମ୍ଭବ
ଆଗ ସମୟ ନା ଆଗ ସ୍ରଷ୍ଟା?
ନାଇଁ ନାଇଁ ସ୍ରଷ୍ଟା କେବେ
ବୟସରେ ଅଧିକ ହୋଇନଥିବେ ସମୟ ଠାରୁ
କାରଣ
ସେ ତ ପୁଣି କେଉଁ ଏକ ସମୟରେ
ଆସିଥିବେ ନା ସୃଷ୍ଟିକୁ ସର୍ଜନା କରିବା ପାଇଁ
ବେଳେ ବେଳେ ମନେ ଏ ଭାବନା ଜଗତରେ
କିଛି ଜାଗ୍ରତିତ ଭାବନା
ଲୋକେ କୁହନ୍ତି
"ଛାଡ଼, ଗୋଟେ ଦୁଃସମୟ ଥିଲା "
ସ୍ରଷ୍ଟା ତ ନାଟୁଆ
ସବୁରି ମୂଳ ଆଧାର ସେହି
ତେବେ ସମୟର ପରିଣତି କିପରି ଦୁଃସମୟ?
ସେ ଯେ ଶ୍ରେଷ୍ଠ
ବୟୋଜ୍ୟେଷ୍ଠ
କେତେ ସରଳ
କେତେ ନିର୍ମଳ ପ୍ରତିଛବି
ସୃଷ୍ଟି ଆଜି ଅଛି କାଲି ପ୍ରଳୟ
ପୁଣି କେବେ ଆସି ମୁହଁ ଦେଖାଇବ
ହେଲେ ସେ ସମୟ ଭାରି ସଚ୍ଚୋଟ
ରହିଛି, ରହିବ, ରହିଥିବ
ତାର ନା ଅଛି ଜନ୍ମ ନା ମୃତ୍ୟୁ.
ନା କୌଣସି ଆକାର
ଯାହା ସାଥେ ଅଛି
ଦଣ୍ଡେ ଥିଲେ ମଧ୍ୟ୍ୟ ନ ଯାଏ ପ୍ରାଣ
ସମୟର ସୁଅରେ ସଭିଏଁ ପ୍ରଭାବିତ
କେଉଁ କୂଳେ କେବେ ନେଇ ଥାପେ
ତାର ନାହିଁ କୌଣସି ସ୍ଥିର
ଚାଲ ସଭିଏଁ କରିବା ଏହାର ସଠିକ ଉପଚାର
ତେବେତ ଯାଇ ଜୀବନ ହେବ ସରସ, ସୁନ୍ଦର l
