STORYMIRROR

Kishore Nayak

Tragedy

3  

Kishore Nayak

Tragedy

"ସମୟ "

"ସମୟ "

1 min
48

ବଡ ବିଚିତ୍ର ଏ ସମୟ 

ଭାରି ଜିଦଖୋର 

କଠୋର ହୃଦୟ 

ନିଜ-ପର ଭାବନାଠୁ ଅନେକ ଉର୍ଦ୍ଧରେ 

ପାତର ଅନ୍ତର କରିବା ତ ଦୂରର କଥା 

ନା ଅଛି ଦୟା ନା ଅଛି ଭାବପ୍ରବଣତା 

ତା ପାଖରେ ସମସ୍ତେ ସମାନ 

ଅପ୍ରିୟ ସତ୍ୟତା ଭିତରେ 

ବେଳେବେଳେ ନିଷ୍ଠୁର-ଅକାଟ୍ୟ ପାଲଟିଯାଏ ଏ ସମୟ !

କି ଧନୀ କି ଗରିବ 

କି ଅମୀର କି ଫକୀର 

କି ରାଜା କି ପ୍ରଜା 

କାହାରି ବଶତା ସ୍ୱୀକାର କରେନି ସେ 

କାହାରି ନାଲି ଆଖିକୁ ଡରେନି ସେ 

କିଏ ମଲା କିଏ ହଜିଲା 

ସେ କଥା ଦେଖିବାକୁ ତା'ର ବେଳ କାହିଁ 

ସେ ଚାଲିଛି ତା'ର ଅବିରାମ ଗତିରେ 

ଵିଧି ଆଉ ବିଧାତାର ବନ୍ଧିତ ନିୟମନାରେ 

ସୁଖ-ଦୁଃଖ, ହସ-କାନ୍ଦ, ଭଲ-ମନ୍ଦକୁ 

ଅଣଦେଖା କରି 

ନିର୍ଲୋଭ-ନିର୍ବିକାର ଆଉ ଅବିଚଳିତ ଢଙ୍ଗରେ 

ସେଇଥିପାଇଁତ ସେ ବଳବାନ l

ସେ ବୁଝେନି କାହାରି ମନର ବ୍ୟଥାକୁ 

ହୃଦୟର ବେଦନାକୁ 

ଆଖିର ଲୁହକୁ 

ପଛେଇ ଯିବାର କାରଣକୁ 

ତା ସହିତ ତାଳ ଦେଇ ଚାଲି ନ ପାରିଲେ 

ଜୀବନ ଦୌଡରେ 

ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେବି 

କେବଳ ଫେଲ ମାରିବାଟା ହିଁ ସାର ହୁଏ 

ପଛେଇ ଯିବାର କାରଣ ରହିଯାଏ ଅସ୍ପଷ୍ଟ 

ଗଛରୁ ପତ୍ରଝଡ଼ା ଦେଲା ପରି 

ସମୟ ତା'ର ରୂପ ବଦଳେଇ ଚାଲେ 

ସବୁଠି ଖାଲି ନିରାଶ ହିଁ ନିରାଶ 

ପ୍ରତିଯୋଗିତାର ଜୀବନ ସଂଗ୍ରାମରେ 

କୁଟିଳ ଷଡଯନ୍ତ୍ରର ଚକ୍ରବ୍ୟୁହରେ 

ସାମର୍ଥ୍ୟର ଅପାରଗତା ଭିତରେ 

ପେଟ ପାଟଣାର ଦାନା ଗଣ୍ଡେବି 

ହାତ ପାହାନ୍ତାରୁ ଚାଲିଯାଏ l

ସମୟର ଦୋଛକିରେ 

ରକ୍ତ ପାଲଟିଯାଏ ରକ୍ତର ଶତ୍ରୁ 

ଯୋଡି ହୋଇଥିବା ସମ୍ପର୍କରେ 

ସୃଷ୍ଟି ହୁଏ ଏକ ଅପୂରଣୀୟ ଫାଟ 

ନିଜ ଆଖି ସାମ୍ନାରେ 

ଟ୍ରେନଟି ଚାଲିଯାଏ ତା'ର ଷ୍ଟେସନ ଛାଡି 

ଯେତେ ନେହୁରା ହେଲେବି 

ଆଉ ସେ ଅଟକେନି 

ସମୟର ନାଲି ଆଖିକୁ ଭୟକରି 

ସେ ଚାଲିଯାଏ ଏକ ମୁହାଁ ହୋଇ 

ଜୀବନ-ଜୀବିକା ଭିତରେ 

ଗୋଟିଏ ବିଡମ୍ବନାର କ୍ଷତ ସୃଷ୍ଟି କରି 

ଯାହା ଖାଲି ଦେଇଥାଏ 

ଏ ହୃଦୟକୁ 

ଅନେକ କଷ୍ଟ ଆଉ ଆଘାତ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy