STORYMIRROR

Surjyakanta Dash

Classics Others

3  

Surjyakanta Dash

Classics Others

ସମୟ

ସମୟ

1 min
208


ମୁଁ ତ ଉଜାଣି ସୁଅ

ଆସ କହିଲେ

ଆସି ବସିବି ସିଂହାସନ ମାଡ଼ି

ଯାଆ କହିଲେ

ଚାଲିଯିବି ବିନା ସର୍ତ୍ତରେ

ବିହିର ବିଡମ୍ବନା

ମୁଁ ଖୋଜା ହୁଏ ବା ମନେ ପଡେ

କାହାର ନିସଂଗ ବେଳାରେ

ମୋତେ ପାଇ

ତୃପ୍ତ ହୁଏ ମଣିଷ

ଜାଣି ପାରେନା

ଅସହାୟ କିଏ

ମୁଁ ନା ସିଏ ?

ଯିଏ ମୋତେ ପାଇବାକୁ ବ୍ୟାକୁଳ

କିଛି ନା କିଛି ବଦଳରେ

କିଏ ସେ ମଦ୍ୟପ ଭାବରେ ତ

ଆଉ କିଏ ଡରି ଡରି

କୋଉ ଆଶଙ୍କାରେ

ତଥାପି ମୁଁ ଅଜାଡ଼ି ଦିଏ ନିଜକୁ

ରାତା ରାତି ଉଜାଗରେ ।।


      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics