STORYMIRROR

Jagannath Barik

Tragedy

3  

Jagannath Barik

Tragedy

ସମୟ ମୋ ସାଥେ ଖେଳେ ଚକାଭଉଁରୀ

ସମୟ ମୋ ସାଥେ ଖେଳେ ଚକାଭଉଁରୀ

1 min
375

ସମୟ ମୋ ସାଥେ ଖେଳେ ଚକା ଭଉଁରୀ

ତା ପଛରେ ଧାଇଁ ମଥା ଯାଉଛି ଘୂରି

ଯେ ଡାଳ ଧରୁଛି ଯାଇ

ସେ ଡାଳ ଛିଣ୍ଡି ପଡ଼ଇ

ଶ୍ରାବଣରେ ପଡ଼ୁନାହିଁ ବରଷା ବାରି

ସମୟ ମୋ ସାଥେ ଖେଳେ ଚକା ଭଉଁରୀ |


ଉଜାଣି ବହିଲା ପୁଣି ଯମୁନା ନଈ

ଦୁଇ କୂଳ ତାଡ଼ି ବାସ ନେଲା ଭସାଇ 

ହରାଇଲି ପିତାମାତା

ହୋଇଲି ଭାରି ହୀନସ୍ଥା

ପଢ଼େ ପାଠ କରି କଷ୍ଟ ପେଟକୁ ମାରି

ସମୟ ମୋ ସାଥେ ଖେଳେ ଚକା ଭଉଁରୀ |


ଭଲ ପାଇଲି ଯାହାକୁ ଜୀବନ ଦେଇ 

ଚାଲିଗଲା ଅଧାରୁ ସେ ମୁହଁ ଫେରେଇ

ଭାଗ୍ୟ କରେ ଉପହାସ

ଦାରିଦ୍ର୍ୟ ମୋ ଗଳେ ଫାଶ

ବାର ଦ୍ୱାର ବୁଲେ ଚିନ୍ତା ଜଳେ ପହଁରି

ସମୟ ମୋ ସାଥେ ଖେଳେ ଚକା ଭଉଁରୀ |


ଏକା ପାଠ ପଢ଼ି ଏକା ତାଲିମ ସାରି

ବିକାଶ କଲା ଚାକିରୀ ମୁଁ ତ ବେକାରୀ

ସୁନା କ୍ଷେତ ଉଜୁଡ଼ିଲା 

ବାତ୍ୟା ବି ତାଣ୍ଡବ କଲା

ଗୁଣ୍ଡେ ଖାଏ ଦଣ୍ଡେ ଜିଏଁ କର୍ମ ଆଦରି

ସମୟ ମୋ ସାଥେ ଖେଳେ ଚକା ଭଉଁରୀ |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy