STORYMIRROR

Debabrata Mishra

Abstract Action Classics

4  

Debabrata Mishra

Abstract Action Classics

ସମୟ ଖେଳ

ସମୟ ଖେଳ

1 min
214


ଶୁଖିଲା କଞ୍ଚାର ସମୟ ଖେଳ

ଆଜି ଅଛି କାଲି ନଥିବ ବଳ, 

ଖରାଛାଇ ପରି ଇଏ ଜୀବନ

ଆକାଶର ଅଛି କେତେ ସପନ, 

ଜଣେ ଜଳୁଥାଏ ଆଲୁଅ ପାଇଁ

ଜୀବନଟା ତାର ଅନ୍ଧାର ହୋଇ, 

ମୁଁ ଯିବି ମୋର ଆସିଲେ ଘଡ଼ି

କାହିଁକି କରିବି ଅହଙ୍କାର ରଡ଼ି, 

ହସୁଥା ଜନନୀ ମୋ' ଓଡ଼ିଶା

ଚିରଞ୍ଜିବୀ ହେଉ ଓଡ଼ିଆ ଭାଷା, 

ପ୍ରକୃତି ମା' ମୋର ଆଖିରେ ଲୁହ

ପାପୀ ମୁଁ ବୁଝୁନି ତାହାର କୋହ, 

ସବୁଜତା ଭରୁ ସଂସାର ସାରା

ପ୍ରତି ପ୍ରାଣ ରକ୍ଷା ହିଁ ଜୀବନଧାରା। 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract