Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Panda

Classics

4.5  

Pranati Panda

Classics

ସମୟ ହାଟରେ

ସମୟ ହାଟରେ

1 min
58


ସମୟ ହାଟରେ ଭାରି ଭିଡ଼ ଲାଗେ

କିଣାବିକା ବହି ହୁଅଇ ନିତି ,

ସେ' ବହିରେ ଲେଖା ଜୀବନ ଚକ୍ରର

ସୁଖ ଦୁଃଖ ଭରା ଜୀବନ ଗୀତି ।


ବହି ଲେଖା ପାଇଁ ସଭିଏଁ ତ ବ୍ୟସ୍ତ

ଲେଖିବାକୁ କିଛି ଅଭୂଲା ସ୍ମୃତି ,

ଅବଗାହିବ ଯେ ସେ ସ୍ମୃତିରେ ଥରେ

ବିସ୍ମୃତି ନୋହିବ ସକଳ ଗୀତି ।


ପାଠକ ଅଭାବେ ଭଲ ବହିଟିଏ

ରୁଚିହୀନ ଲାଗେ ସବୁ କାହାଣୀ,

ସମୟ ହାଟରେ ଫିକା ସମ୍ପର୍କରେ

ଆଦୃତ ହୁଏନି ମନକୁ ଜାଣି ।


ଭଲ ପାଇଁ ଭଲ ମନ୍ଦ ପାଇଁ ମନ୍ଦ

ଫଳାଫଳ ଖଞ୍ଜା ହୋଇଛି ଜାଣି ,

ସମୟ ହାଟର ଅଭୂଲା ସ୍ମୃତି କୁ

ପ୍ରଭୁଙ୍କୁ ସମର୍ପି ଲେଖିବା ପୁଣି ।


ସମୟ ହାଟର କିଣା ବିକା ବେଳେ

ଖଟା, ମିଠା ସ୍ମୃତି ମନେ ପକେଇ ,

ଜୀବନ ବହିରେ ସ୍ମୃତି ଫଳକରେ

ହୃଦ କଲମରେ ଦେବା ଗାରେଇ ।


ହାଟ ସରାଗିଙ୍କ ଗହଳ ଚହଳେ

ବିସ୍ମୃତି ହୋଇବ ଜୀବନ ଗୀତି ,

ହାଟ ସାରିଦେଇ ବାହୁଡିବା ସର୍ବେ

କିଣାବିକା ର'ତ ହୋଇବ ଇତି ।


    


Rate this content
Log in

Similar oriya poem from Classics