Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Santosh Kumar Misra

Inspirational

3  

Santosh Kumar Misra

Inspirational

ସମୟ ଚକ୍ରରେ ଭାଗ୍ୟ

ସମୟ ଚକ୍ରରେ ଭାଗ୍ୟ

1 min
6



ସମୟ ଯେ ବଳବାନ୍‌

ଏବେ ତାହା ଦୋହରାଇବା ଅନାବ୍ୟଶକ ।

ତଥାପି ବୁଝେନା ଏ ମନ,

ଇଚ୍ଛାହୁଏ ଜୀବନକୁ ବାଜି ଲଗେଇଦେଇ

ଆଗେଇ ଯିବାକୁ ତାର ମୁକାବିଲା ପାଇଁ

ଏକ ଅନନ୍ୟ ଏକକ ସଂଗ୍ରାମରେ ।


ସମୟ ସହିତ ଭିଡା ଓଟରାରେ ଅବଶ୍ୟ

ଭାଗ୍ୟ ହିଁ ବଳି ପଡିଯାଏ ସବୁବେଳେ

ଏକ ଅନୂଢା ଢଙ୍ଗରେ

କପାଳରେ ହାତ ମାରି ମାରି ଅର୍ପି ଦେଉ ଆମେ

ଆଞ୍ଜୁଳା ଆଞ୍ଜୁଳା କଟୁକ୍ତି

ଭାଗ୍ୟର ସଦ୍ୟ ପ୍ରସ୍ତୁତ କୋକେଇ ଉପରେ ।


ନିର୍ଲିପ୍ତ ଭାଗ୍ୟ କିନ୍ତୁ

ସବୁ ଅବୁଝ ବଳୟର ଉର୍ଦ୍ଧ୍ବରେ ରହି 

ଅହରହ ସୂଚେଇ ଚାଲେ ଆମକୁ

ଅନେକ ସମ୍ଭାବନାର ଖିଅ

ତା’ର ଅନ୍ତିମ ମୁହୂର୍ତ୍ତ ପର୍ଯ୍ୟନ୍ତ ।


କଟାକ୍ଷରେ ଜଡସଡ ଭାଗ୍ୟ କିନ୍ତୁ

ଭଙ୍ଗା ଅଣ୍ଟାକୁ ସଳଖେଇ ଦେଇ

ବତେଇ ଦେଉ ଦେଉ ଜୀବନ ଜିଇଁବାର

ଅମୋଘ ସୂତ୍ର

ହାତମୁଠାରେ ଧରେଇଦିଏ

ଏକ ବିଜୟୀର ବିଜୟ ଧ୍ବଜା ।



Rate this content
Log in