STORYMIRROR

Anam Charan Sahoo

Abstract

3  

Anam Charan Sahoo

Abstract

ସମୟ ଚକ୍ର

ସମୟ ଚକ୍ର

1 min
242

ବନ୍ଧୁ ସହୋଦର ବଡ଼ ଅଭିମାନ କଥା ହୁଏନାହିଁ ବୋଲି ପରଷ୍ପର ମଧ୍ଯେ ବଢ଼େ ନୀରବତା ସମ୍ପର୍କର ଖିଅ ମେଲି। ସମୟ ଅଭାବ ସକାଳରୁ ସଞ୍ଜ କାହୁଁ ସେ ପାରିବେ ବୁଝି ସଂସାର ଜଞ୍ଜାଳ କଥାଟି ବିଷମ ବୁଦ୍ଧି, ଜ୍ଞାନ ଯାଏ ହଜି। ଏବେ ନାହିଁ ସେହି ବନ୍ଧନର ଡର ଗୃହେ ବିତୁଅଛି ଦିନ ସାମାଜିକ ଭାବେ ଦୂରତ୍ବ ବଢ଼ିଛି ଦୃଢ଼ ଭାବାତ୍ମକ ମନ। ହସ୍ତେ ମୋବାଇଲି ଦିନଯାଏ ବିତି ଜଣା ପଡ଼େ ନାହିଁ ବେଳ ବନ୍ଧୁ ବାନ୍ଧବରେ ଆଦାନ ପ୍ରଦାନ ଭାବ,ଲୁଚକାଳି ଖେଳ। ଅଜଣା ଆନନ୍ଦେ ମନ ଉଲ୍ଲସିତ ବେଦନା ହୁଅଇ ଦୂର ପ୍ରକୃତିର ଏହି ନୀରବ ବିଜୟ ହୃଦ କରେ ପରିଷ୍କାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract