STORYMIRROR

Writer Roja Panda

Tragedy

3  

Writer Roja Panda

Tragedy

ସମୟ ବି ଧୋକାଦିଏ

ସମୟ ବି ଧୋକାଦିଏ

1 min
13.7K


ସମୟ ବି ଧୋକାଦିଏ ଖୁବ ସହଜରେ ବେଳେବେଳେ


କେବେ ଦିଏ ପ୍ରେମିକା ରୂପରେ ତ କେବେ ଦେଖାଦିଏ ପ୍ରତାରକର ଆଖିରେ


ଆସେ ସିଏ ରୋଷଣୀ କରି,ଫେରେ କିନ୍ତୁ ନିରୋଳାରେ


ସମୟ ବି ଧୋକାଦିଏ ଖୁବ ସହଜରେ ବେଳେବେଳେ ।।


କେବେ ଆସେ ଦରକାର ପୂର୍ବରୁ,ଢାଳିଦିଏ ଅଜସ୍ର ଆଲୋଡନ


ପୁଣି କେବେ ଖୋଜିଲେ ମିଳେନି,ଚାରିଆଡେ ଖାଲି ମହାଶୂନ୍ୟ


ଥରେ ହାତଛଡା ହେଲେ ତାକୁ ଖୋଜିବାକୁ ପଡେ ବିକଳରେ


ସମୟ ବି ଧୋକାଦିଏ ଖୁବ ସହଜରେ ବେଳେବେଳେ ।।


କେବେ ଆୟୁଷ ପୂର୍ବରୁ ଆସିଯାଏ ମୃତ୍ୟୁ ସାଜି ଡେଙ୍ଗୁରା ବଜେଇ


କେବେ ସମୟ ସରେନା ଆୟୁଷର,କଷ୍ଟ ଦିଏ ବୃଦ୍ଧା ସଜେଇ


ବସ୍ତ୍ର ତ୍ୟାଗୀ ବୁଲୁଥାଏ ଏମିତି ସେ ଫୁଙ୍ଗୁଳାରେ


ସମୟ ବି ଧୋକାଦିଏ ଖୁବ ସହଜରେ ବେଳେବେଳେ ।।


କାଙ୍ଗାଳକୁ କେବେ ଦିଏ ଅହିମୟୀ ଭୋଗିବାକୁ ସ୍ୱହସ୍ତ ବଢ଼ାଇ


କୁବେରର ପରମ ଭକ୍ତଠୁ ମଧ୍ୟ କେବେ ନିଏ ସର୍ବସ୍ବ ଛଡାଇ


ସଞ୍ଜେ ହାତ ଛାଡିଦିଏ ଧରି ସିଏ ସକାଳରେ


ସମୟ ବି ଧୋକାଦିଏ ଖୁବ ସହଜରେ ବେଳେବେଳେ ।।


ଗଡୁଥାଏ କେବେ ପଥର ଖଣ୍ଡଟି ନଦୀର ତୁଠରେ


ସମୟର ତାଳେ କେବେ ପୂଜାପାଏ ତାହା ମନ୍ଦିର ବେଢ଼ାରେ


ନଫୁଟିବା ଫୁଲ କଢି କେବେ ପୁଣି ଝଡିଯାଏ ଅକାଳରେ


ସମୟ ବି ଧୋକାଦିଏ ଖୁବ ସହଜରେ ବେଳେବେଳେ ।।


ହସୁଥିବା ଆଖି କେବେ ଲୁହ ଢାଳେ ଗଭୀର ଦୁଃଖରେ


ସଦା ଦୁଃଖୀ ଗର୍ବ କରେ କାଣିଚାଏ ଖୁସିକୁ ପାଇଲେ


କପଟିର ଜ୍ୱାଳା କେବେ ରହିଯାଏ ଚିରକାଳ ହୃଦୟରେ


ସମୟ ବି ଧୋକାଦିଏ ଖୁବ ସହଜରେ ବେଳେବେଳେ ।।


ରୋଜା ପଣ୍ଡା

ପୂର୍ଣ୍ଣାନନ୍ଦ ଭବନ

ନେତାଜୀ ନଗର,ମଧୁପାଟଣା

କଟକ-୭୫୩୦୧୦

Email-roja.saumya@gmail.com


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy