ସମୁଦ୍ର ଆସୁଛି ମାଡ଼ି
ସମୁଦ୍ର ଆସୁଛି ମାଡ଼ି
ବିକାଶ ନାମରେ ଅତି ଆଧୁନିକ
ଯାତାୟତ ଯୋଗାଯୋଗ
ଅଙ୍ଗାରକାମ୍ଳ ଓ ଦୂଷିତ ବାଷ୍ପର
ମାତ୍ରାଧିକ ଉପସର୍ଗ ।
କ୍ଷତି କରୁଅଛି ଓଜୋନ ମଣ୍ଡଳ
ବଡ଼ ବଡ଼ ହୁଏ ଛିଦ୍ର
ଅତି ବାଇଗଣି ରଶ୍ମି ପ୍ରବହନେ
ତରଳଇ ହିମବାହ ।
ଜନ ବିସ୍ଫୋରଣେ ପ୍ରକୃତି ଉପରେ
ବଢି ବଢି ଯାଏ ଚାପ
ଲୋପ ହେଉଅଛି ଜଙ୍ଗଲ ପାହାଡ
ମୈ।ସୁମୀ ଅନିୟମିତ ।
ଶିଳ୍ପକରଣର ବୃଦ୍ଧିରେ ସଙ୍କଟ
ପ୍ରଦୂଷିତ ରସାୟନ
ସୃଷ୍ଟି କରେ ନାନା ବ୍ୟାଧି ମହାମାରୀ
ଆୟୁ ହୋଇଯାଏ କ୍ଷୀଣ ।
ବିଶ୍ୱ ତାପାୟନ ପ୍ରଖର ପ୍ରବଳ
ବେଳୁ ବେଳ ଯାଏ ବଢି
ଲଙ୍ଘୁଅଛି କୂଳ ଅଶାନ୍ତ ସମୁଦ୍ର
ସ୍ଥଳଭାଗେ ଯାଏ ମାଡ଼ି ।
ମହା ପ୍ରଳୟ ହୋଇବ କାରଣ
ଘଟିବ ମହାବିନାଶ
ବିଶେଷଜ୍ଞ ମାନେ କରି ଅଧ୍ୟୟନ
ଦେଉଛନ୍ତି ପରାମର୍ଶ ।
ବେଳ ଥାଉଁ ଯଦି ନ ହୋଇବା ସର୍ବେ
ସଚେତନ ସାବଧାନ
ଆହ୍ୱାନ କରିବା ମହାବିନାଶକୁ
ନାହିଁ ବେଶୀ ଡେରି ଦିନ ।
------
