STORYMIRROR

Debabrata Mishra

Abstract Tragedy Action

4  

Debabrata Mishra

Abstract Tragedy Action

ସମସ୍ତେ ବୁଝିବେ ନିଶ୍ୱାସ ସରିଲେ

ସମସ୍ତେ ବୁଝିବେ ନିଶ୍ୱାସ ସରିଲେ

1 min
396


ଶବକୁ ପଚାରିବେ ପ୍ରଶ୍ନ

ଫୁଲମାଳ ପିନ୍ଧାଇ ଛବିକୁ ପଚାରିବେ

କିଛି କାନ୍ଦିବେ ବିନା ଲୁହେ

କିଛି କାନ୍ଦିବେ ଚିତ୍କାର କରି

କିଛି କାନ୍ଦିବେ ମିଛରେ

ଅନେକ କାନ୍ଦିବେ କ୍ଷଣିକ ପାଇଁ

ମଣିଷକୁ ମଣିଷ ବୁଝେ

ମଣିଷର ପ୍ରାଣ ଛାଡ଼ିଗଲେ

ସମସ୍ତେ ବୁଝିବେ ନିଃଶ୍ୱାସ ସରିଲେ !


ଧୀରେ ଧୀରେ ସବୁ ଶାନ୍ତ ପଡ଼ିଯିବ

ଦୁଇ ଚାରିଦିନ ପରେ ଲୁହ ଶୁଖିଯିବ

ଯେତେ ଭାବିଲେ ଫେରିବନି ସିଏ

ଯେତେ ଡ଼ାକିଲେ ଶୁଣିବନି ସିଏ

ଚିରାଚରିତ ସମୟ ଏମିତି ଗଡ଼ିବ

କେହି ଜାଣିବେନି ତା'ର କଥା ବ୍ୟଥା

ସେ ଫେରିଗଲେ ତା'ର କାହାଣୀ ସରିବ,

ବଞ୍ଚିବା କାଳରେ କେହି ଦେଖିବେନି

ପିଣ୍ଡରୁ ଛାଡ଼ିଲେ ପ୍ରାଣ କେହି ଜାଣିବେନି

ମଣିଷକୁ ମଣିଷ ବୁଝେ

ମଣିଷର ପ୍ରାଣ ଛାଡ଼ିଗଲେ

ସମସ୍ତେ ବୁଝିବେ ନିଃଶ୍ୱାସ ସରିଲେ ! 


ଅନେକ ଚେଷ୍ଟା କରିବେ

ସବୁ ହୋଇବେ ବିଫଳ, ହେବ ନିଷ୍ଫଳ

ମଣିଷ ଜୀବନ୍ତ ବୁଝିବାକୁ ଚେଷ୍ଟା କରେନି

ନିଶ୍ୱାସ ସରିଲେ ବାକି କିଛି ରହେନି

ମଣିଷକୁ ମଣିଷ ବୁଝେ 

ମଣିଷର ପ୍ରାଣ ଛାଡ଼ିଗଲେ

ସମସ୍ତେ ବୁଝିବେ ନିଃଶ୍ୱାସ ସରିଲେ ! 


କାରଣ ପଚାରିଲେ ଶବକୁ

ସେ ଶବ ଦେଇପାରିବ କି ଉତ୍ତର ? 

ବୁଝିବା ମଣିଷ ଅବୁଝା ହୋଇ ଫେରିବ

କାହାର କିଛି ଯିବନି

କାହାର କିଛି ହେବନି

ସବୁ ମୋହ ମାୟା ସ୍ୱାର୍ଥର ସଂସାର

ଅଳପ ଦିନର ଦୁଃଖ 

ଋତୁ ବଦଳିଲେ ସରିଯିବ

ସୂର୍ଯ୍ୟ ପୁଣି ଉଇଁବ 

ଚନ୍ଦ୍ର ପୁଣି ଆକାଶେ ଦିଶିବ

ମଣିଷକୁ ମଣିଷ ବୁଝିବେ

ମଣିଷର ପ୍ରାଣ ଛାଡ଼ିଗଲେ

ସମସ୍ତେ ବୁଝିବେ ନିଃଶ୍ୱାସ ସରିଲେ ! 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract