STORYMIRROR

Ambuja Mohanty

Abstract Drama

3  

Ambuja Mohanty

Abstract Drama

ସ୍ମୃତିରେ ଶୀତ

ସ୍ମୃତିରେ ଶୀତ

1 min
302

ମନେ ପଡେ ମୋର ସେହି ଶୀତ ରାତ୍ରୀ

      ମୋ ପିଲାଦିନର ସ୍ମୃତି

ମାଆ ପାଖେ ବସି ନେଉଥିଲି କେତେ

     ଉଷୁମ ନିଆଁର ତାତି


କାର୍ତ୍ତିକ ମାସର ପାହାନ୍ତିଆ ଭୋର୍

      ଉତ୍ତରା ପବନ ମାଡ଼

ଏହି ଭଳି ଥିଲା ମୋ ପିଲା ଦିନର

     ସୁନ୍ଦର ଶୀତ ସକାଳ


ଦେହ ଥରି ଯାଏ ମନ ପୁରି ଯାଏ

    ସୁନା ସମ ଶସ୍ୟ ଦେଖି

ଆତ୍ମା ଝୁରି ହୁଏ ଟାଣି ନେଇ ଯାଏ

    ଝୋଟି ପକା ରାତି ରାତି


ବଣ ଭୋଜି ପୁଣି ଧାନ କଟା ଛୁଟି

    କେତେଯେ ଆନନ୍ଦ ଦାୟୀ

ମୋ ପିଲାଦିନର ସେହି ଶୀତ ଦିନ

    ଆଜିବି ସେ ଶୋଭାମୟୀ


ଦାମୀ ରୁମ୍ ହିଟର ଦେଇ ପାରେ ନାହିଁ

    ଉଷ୍ମତା ଜେଜେମା ପଣତର

 ଗେଣ୍ଡୁ ମଣ୍ଡା ଆଉ ନାନଜାତି ପୁଷ୍ପ  

    ଦେଉଥିଲା ସୁଖ ଅପାର



ଭାଳି ହେଉଥାଏ ସେହି ଶୀତ ଦିନ

    ଆଜି ବଡ଼ ସହରେ ବସି

ଫେରିବାକୁ ତହିଁ ଲାଗୁଛି ଆଜିବି

   ନୂଆ ଜନ୍ମ ନେବି ହୋଇ ଖୁସି

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract