ସ୍ମୃତିରେ ଶୀତ
ସ୍ମୃତିରେ ଶୀତ
ମନେ ପଡେ ମୋର ସେହି ଶୀତ ରାତ୍ରୀ
ମୋ ପିଲାଦିନର ସ୍ମୃତି
ମାଆ ପାଖେ ବସି ନେଉଥିଲି କେତେ
ଉଷୁମ ନିଆଁର ତାତି
କାର୍ତ୍ତିକ ମାସର ପାହାନ୍ତିଆ ଭୋର୍
ଉତ୍ତରା ପବନ ମାଡ଼
ଏହି ଭଳି ଥିଲା ମୋ ପିଲା ଦିନର
ସୁନ୍ଦର ଶୀତ ସକାଳ
ଦେହ ଥରି ଯାଏ ମନ ପୁରି ଯାଏ
ସୁନା ସମ ଶସ୍ୟ ଦେଖି
ଆତ୍ମା ଝୁରି ହୁଏ ଟାଣି ନେଇ ଯାଏ
ଝୋଟି ପକା ରାତି ରାତି
ବଣ ଭୋଜି ପୁଣି ଧାନ କଟା ଛୁଟି
କେତେଯେ ଆନନ୍ଦ ଦାୟୀ
ମୋ ପିଲାଦିନର ସେହି ଶୀତ ଦିନ
ଆଜିବି ସେ ଶୋଭାମୟୀ
ଦାମୀ ରୁମ୍ ହିଟର ଦେଇ ପାରେ ନାହିଁ
ଉଷ୍ମତା ଜେଜେମା ପଣତର
ଗେଣ୍ଡୁ ମଣ୍ଡା ଆଉ ନାନଜାତି ପୁଷ୍ପ
ଦେଉଥିଲା ସୁଖ ଅପାର
ଭାଳି ହେଉଥାଏ ସେହି ଶୀତ ଦିନ
ଆଜି ବଡ଼ ସହରେ ବସି
ଫେରିବାକୁ ତହିଁ ଲାଗୁଛି ଆଜିବି
ନୂଆ ଜନ୍ମ ନେବି ହୋଇ ଖୁସି