ସ୍ମୃତିରେ ନନ୍ଦନକାନନ
ସ୍ମୃତିରେ ନନ୍ଦନକାନନ
ଏକାମ୍ର ନଗରୀ ଉତ୍କଳର ଶିରୀ
ମନ୍ଦିର ମାଳିନୀ ଦେଶ
ମନ ହଜି ଯାଏ ଦେଖିଦେଲେ ଥରେ
ପ୍ରକୃତିର ଚାରୁ ବେଶ।
ଚନ୍ଦକା ବନରେ ଶୋଭିତ ମହୀରେ
ନନ୍ଦନକାନନ ନାମ
ସଭିଙ୍କୁ ଆଦରେ ସୁଆଗତ କରେ
ବାଣ୍ଟି ଅପ୍ରାକୃତ ପ୍ରେମ।
ବଡ ସୁଶୋଭନ ମନୋରମ ବନ
ପଶୁପକ୍ଷୀ ତହିଁ ବାସ
ନିର୍ଭୟେ ଭ୍ରମନ୍ତି ମିଳିଥାଏ ଶାନ୍ତି
ସାଜି ପ୍ରକୃତିର ଦାସ।
ଜାତୀୟ ପଶୁର ପ୍ରିୟ ବାସସ୍ଥାନ
ଭାଲୁ,ହାତୀ ଆଦି ପ୍ରାଣୀ
ସ୍ବର୍ଗ ସୁଖ ଲଭି ପ୍ରଫୁଲ୍ଲେ ରହନ୍ତି
ପ୍ରକୃତିର ବନ୍ଧୁ ଜାଣି।
ପଶୁରାଜ ସିଂହ ଗଣ୍ଡା ଓ ଗୟଳ
ଅହିରାଜ,ପାତି,ହନୁ
କୁମ୍ଭୀର,ଖଚର ଜେବ୍ରା, ଧଳାବାଘ
ସିମ୍ପାଜି,ହରିଣ ଯେଣୁ।
କାଞ୍ଜିଆ ହ୍ରଦର ଜଳ ପରିସ୍ଥାନ
ଅପରୂପ ଆକର୍ଷଣ
ବ୍ଯୋମପଥ ଦେଇ ରୋପଓ୍ବେ ଗମନ
ହରିନେଲା ଆମ ମନ।
ଟ୍ରୟ ଟ୍ରେନ ସାଥେ ନଉକା ବିହାର
ମଜା ଲାଗିଲା ନିଆରା
ସାଙ୍ଗସାଥୀ ମେଳେ ବୁଲି ମହାଭୋଳେ
ହୋଇଥିଲୁ ଆତ୍ମହରା।
