ସ୍ମୃତିରେ ଛାଇ ଛୁଇଁବା ଯାଏ
ସ୍ମୃତିରେ ଛାଇ ଛୁଇଁବା ଯାଏ
କୋଉ ଆଗ୍ନେୟଗିରି ଠୁ କମ୍ ନଥିଲା
ଉତ୍ତାପ ଉତ୍ତପ୍ତ ଏ ପରିବେଶର
ତଥାପି ଦୁଃସାହସିକ ଅଭିଯାନ
ସମାଜରେ କିଛି ପରିବର୍ତ୍ତନ କରିବାର ।
ସାରା ରାତି ବର୍ଷା ଝରା ଆକାଶ ତଳେ
ଅପେକ୍ଷା କରିବା ପରେ
ଅସରାଏ ମେଘକୁ କୋଳେଇ ନେବ ଜୀବନ
ଭାବି ନଥିଲି ଏତେ ସହଜରେ ।
ଏବେ କିନ୍ତୁ ଝଡର ଭୟ ନାହିଁ
କାହିଁକି ନା ମାଟିମଗ୍ନା ହୋଇ ସାରିଛି ଆକାଶ
ଦେଖୁନ ମାଟିର ମମତାରେ ବନ୍ଧା
ଅହରହ କେମିତି ତା'ର ପ୍ରତିଟି ନିଃଶ୍ବାସ ।
ଅଧୁନା ସୁଖ ଦୁଃଖ ବାଣ୍ଟିବାର ବେଳ
ପାଶୋରି ଦେଇ ଅତୀତକୁ ସହଜେ ସହଳ
ଜୀବନକୁ କେଉଁ ମହାର୍ଘ୍ୟ ମୂହୁର୍ତ୍ତର ଦାନ ମନେକରି
ଜୀବ ଯାଉ ବିଧାତାର ନିର୍ଦ୍ଦେଶରେ
ଏ ଭବସାଗରକୁ ତରି ।