STORYMIRROR

Madhabi Patel

Romance

3  

Madhabi Patel

Romance

ସ୍ମୃତିର ଫରୁଆ

ସ୍ମୃତିର ଫରୁଆ

1 min
152


ବର୍ଷା ହୋଇ ଯେବେ ଆସିଲ ଜୀବନେ

ଭିଜାଇଲ ପ୍ଲାବନରେ।


ପ୍ରେମର ଜୁଆର ଢେଉ ଭାଙ୍ଗୁଥିଲା

ମୋ ହୃଦୟ ସାଗରରେ।


ଓଠେ ହସ ଫୁଲ ଲାଗି ରହିଥିଲା

ହୃଦୟ କୁରୁଳୁଥିଲା।


ହସଲୁହ ଲୁଚକାଳି ଖେଳୁଥିଲା

ଗହଗହ ଲାଗୁଥିଲା।


ଯେବେଠାରୁ ଗଲ ଜୀବନରୁ ମୋର

ମରୁଭୂମି ପାଲଟିଲା ।


ଫୁଟୁନାହିଁ ଆଉ ଗୋଲାପ କଢ଼ି ଟେ

ମନ ଉଦ୍ୟାନ ଉଜୁଡିଗଲା ।


ଆଜିବି ଶ୍ରାବଣ ଆଜିବି ଫଗୁଣ

ଆସୁଛି ଯାଉଛି କେତେ।


ମଳୟ ବହିଲେ ସ୍ମୃତି ଫରୁଆରେ

ପଲ୍ଲବେ ସେ ସ୍ମୃତି ଯେତେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance