STORYMIRROR

Bijay Prusty

Action

4  

Bijay Prusty

Action

ସ୍ମୃତିର ନିଆଁ

ସ୍ମୃତିର ନିଆଁ

1 min
158


ପହିଲି ପ୍ରେମର ପହିଲି ସ୍ମାରକୀ

ଛବିଟି ଦେଖିଲା ପରେ

ମନ ଜଳିଯାଏ ସ୍ମୃତିର ନିଆଁରେ

ଆଖିତଳେ ଲୁହ ଭରେ I


ଏବେବି ସେ ନଈ ଅଛି ସେଇଠାରେ

ଯେଉଁ ନଈକୂଳେ ଦିନେ

ମୋ ମନର କଥା ଶୁଣି ତୁମେ ସଖୀ

ହସିଥିଲ ମନେ ମନେ I


ସେ ଅଳସୀ ନଈ ଅଳସ ତୁଠରେ

ସ୍ମୃତିର ପଥର ଘାଟ

ମନେ ପଡିଯାଏ ତୁମ ସହ ମୋର

ପହିଲି ପହିଲି ଭେଟ I


ହୃଦୟ କୁ ଯେବେ ହୃଦୟ ଚିହ୍ନିଲା

ମନ ଚିହ୍ନିଥିଲା ମନ

ଜୀବନ ବେଦୀରେ କରିଥିଲେ ଆମେ

ପ୍ରଣୟର ଆବାହନ I


ଆଖି ଆଗେ ଆଜି ଜୀବନ୍ତ ଦିଶୁଛି

ଅତୀତର ପ୍ରତିକ୍ଷଣ

ତୁମରି ଦେହର ନୀଳ ଲଫୀପାରେ

ରଖିଥିଲି ମୋର ମନ I


ତୁଠ ପଥରଟି ସେଇଠି ପଡିଛି

ନଈବି ଗଲାଣି ଶୁଖି

ତୁମେ ଚାଲିଗଲ ବହୁଦୂର ସଖୀ

ଓଦା କରି ମୋର ଆଖି I

       


Rate this content
Log in

Similar oriya poem from Action